ସାମ୍ବାଦିକଙ୍କ କଳାବ୍ୟାଚ ପରିଧାନ କରି କାର୍ଯ୍ୟରେ ଯୋଗଦାନ

ଆଜିଠାରୁ କାମାକ୍ଷାନଗର ସାମ୍ବାଦିକ ସମୁହ କଳାବ୍ୟାଚ ପିନ୍ଧି କାର୍ଯ୍ୟରେ ଯୋଗଦେଲେ। ଉତ୍କଳ ସାମ୍ବାଦିକ ସଂଙ୍ଘ ରାଜ୍ୟ ସଭାପତିଙ୍କ ଡାକରାରେ କଳାବ୍ୟାଚ ପରିଧାନ କରିଛନ୍ତି। ସାମ୍ବାଦିକଙ୍କ କଳାବ୍ୟାଚ ପରିଧାନ କରି କାର୍ଯ୍ୟରେ ଯୋଗଦାନ।ଗତ ଫେବୃଆରି ମାସ ୭ ତାରିଖରେ ରାଜ୍ୟ ସଂଙ୍ଘ ଡାକରାରେ ୫ ଦଫା ଦାବିନେଇ ବିଧାନସଭା ଘେରାଉ କରିଥିଲେ। ଏବଂ ସେଠି ଖୁବଶୀଘ୍ର ବିଚାରକୁ ନିଆଯିବ ବୋଲି ପ୍ରତିଶୃତି ମିଳିଲା। କିନ୍ତୁ ନିର୍ବାଚନର ତାରଖ ଘୋଷଣା ସମୟ ନିକଟତର ହେବାକୁ ବସିଲାଣି। ଏପଟେ ରାଜ୍ୟର ସମସ୍ତ ସରକାରି ଓ ବେସରକାରୀ କର୍ମଚାରିଙ୍କ ଆସାତିତ ଅନୁଦାନ ଦେଲେ କିନ୍ତୁ ସାମ୍ବାଦିକ ଙ୍କ କଥାକୁ ଭୁଲିଗଲେ। ତେଣୁ ଏହାର ପ୍ରତିବାଦ ସ୍ବରୁପ ଆଜିଠାରୁ ସାମ୍ବାଦିକ ମାନେ କଳାବ୍ୟାଚ ପିନ୍ଧି କାର୍ଯ୍ୟ କରିବେ। ଯଦି ସରକାର ତୁରନ୍ତ ଏହା ଉପରେ ବିଚାର ନକରିବେ ତେବେ ଆଗାମି ଦିନରେ ପ୍ରତିବାଦ ଯୋରଦାର କରାଯିବାର ନିସ୍ପତି ହୋଇଛି। ଏଥିପାଇଁ କ୍ଷୟକ୍ଷତି ଯାହା ହେବ ସେଥିପାଇଁ ସରକାର ନିଜେହିଁ ଦାୟି ରହିବେ।

Leave a Reply

Your email address will not be published. Required fields are marked *