ବାଲିକୁଦା କୁ NAC ଦାବିରେ ଆଜି 12 ଘଣ୍ଟିଆ ବାଲିକୁଦା ବନ୍ଦ

ଆମ ବାଲିକୁଦା ଜନସଚେତକ ମହାମଞ୍ଚ ପକ୍ଷରୁ ବାଲିକୁଦା କୁ NAC ଦାବିରେ 12 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଦଳ ମତ ନିର୍ବିଶେଷରେ ସମସ୍ତେ ଏକତ୍ରିତ ହୋଇ ବାଲିକୁଦା ବସ ଷ୍ଟାଣ୍ଡ ଛକରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଆନ୍ଦୋଳନ କରିଛନ୍ତି । ଦୀର୍ଘ 10 ବର୍ଷ ରୁ ଉର୍ଦ୍ଧ୍ବ ହେବ ବାଲିକୁଦାକୁ NAC ଦାବି ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ NAC ର ମାନ୍ୟତା ପ୍ରଦାନ କରି ନାହାନ୍ତି । ଏହାର ପ୍ରତିବାଦ ରେ ଆଜି ଆନ୍ଦୋଳନ କରାଯିବା ସହିତ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଯଦି ସରକାର ତୁରନ୍ତ ବାଲିକୁଦା କୁ NAC ଘୋଷଣା ନ କରନ୍ତି ତେବେ ଆନ୍ଦୋଳନ ଜାରି ରହିବା ସହିତ ଆଗାମୀ ସାଧାରଣ ନିର୍ବାଚନ ବର୍ଜ୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *