ମୋ ପରିବାର” ବୈଠକ ସାକ୍ଷୀଗୋପାଳରେ ଅନୁଷ୍ଠିତ

“lଜଟଣୀ:୧୫:୩”ମୋ ପରିବାର”ର ନୀତି ଓ ନିୟମ କାର୍ଯ୍ୟକୁ ଯେଉଁ ମାନେ ଶୁଣୁଛନ୍ତି ପ୍ରସଂଶା କରିବାକୁ ଲାଗୁଛନ୍ତି l ଗୁରୁବାର ଦିନ ଜଟଣୀରୁ”ମୋ ପରିବାର”ପ୍ରତିଷ୍ଠାତା ସାମ୍ବାଦିକ ଶୁଭେନ୍ଦ୍ର ଶତପଥୀ ସାକ୍ଷୀଗୋପାଳକୁ ବାହାରି ସାକ୍ଷୀଗୋପୀନାଥଙ୍କ ଦର୍ଶନ ପରେ ମନ୍ଦିର ପରିସରରେ କଲେଜ ଛାତ୍ର ଛାତ୍ରୀଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା l ପ୍ରତିଷ୍ଠାତା ଶ୍ରୀ ଶତପଥୀ ପ୍ରଥମେ ନିଜର ପରିଚୟ ଦେବା ପରେ ଉପସ୍ଥିତ ଛାତ୍ର ଛାତ୍ରୀଙ୍କ ପରିଚୟ ପାଇଥିଲେ l ଶ୍ରୀ ଶତପଥୀ “ମୋ ପରିବାର” ବିଷୟରେ ବୈଠକରେ କହିଥିଲେ l ସମାଜରେ କିପରି ନିଜର ପରିଚୟ ଭଲ ମଣିଷ ଭାବରେ ସୃଷ୍ଟି କରିବା ଆବଶ୍ୟକ ଅଛି l ସତ୍ୟ,ସମୟ,ସଂସ୍କାର,ସମସ୍ୟା ଏବଂ ସମାଧାନ ବିଷୟରେ ବୁଝାଇ ଥିଲେ l ପ୍ରଥମେ ନିଜେ ସଂସ୍କାର ହେବା ପରେ ଅନ୍ୟକୁ ସଂସ୍କାରିତ କରିପାରିବା ବୋଲି କହି ଅନ୍ୟ ବିଷୟରେ ମଧ୍ୟ କହିଥିଲେ l ଛାତ୍ର ଛତ୍ରୀ ସମସ୍ତ ବିଷୟରେ ଶୁଣିସାରିବା ପରେ “ମୋ ପରିବାର” ସହିତ ରହି କାର୍ଯ୍ୟ କରିବାକୁ ସଂକଳ୍ପ ନେଇଥିଲେ l ସଦସ୍ୟ ଭାରତୀ ସିଂହ ଧନ୍ୟବାଦ ଦେଇଥିଲେ l

ଉକ୍ତ ବୈଠକରେ ଶ୍ୟାମାଶିସ ଘୋଷ,ମଳୟ ମହାପାତ୍ର,ସୁଭସ୍ମୀତା ମହାପାତ୍ର,ଶୁଭାଷିସ ପ୍ରଧାନ, ଆଶୁତୋଷ ପାଇକରାୟ,ଶୁଭମ ତ୍ରିପାଠି,ସଞ୍ଜିବ କୋଠାରୀ, ଶ୍ରଦ୍ଧାଞ୍ଜଳି ପରିଡ଼ା,ବର୍ଷା ନାୟକ,ମନୋଜ ସାହୁ,ସ୍ଵାଗତିକା ମହାପାତ୍ର, ତେଜସ୍ୱିନୀ ମିଶ୍ର ଏବଂ ସୌଭାଗ୍ୟ ରଞ୍ଜନ ମିଶ୍ର ସହଯୋଗ କରିଥିବା ପ୍ରତିଷ୍ଠାତା ଆଇନ ଜୀବି ଶୁଭେନ୍ଦ୍ର ଶତପଥୀ ସୂଚନା ଦେଇଛନ୍ତି l

Leave a Reply

Your email address will not be published. Required fields are marked *