ଗୋପ ସାମ୍ବାଦିକ ସଂଘ ପକ୍ଷରୁ ଆଜି ଏକ ନିଆରା ଡ଼ଙ୍ଗୀ ରେ ପ୍ରତିବାଦ ସହିତ ଗୋପ ରୁ ନବୀନ ନିବାସ ପଦଯାତ୍ରା

ଗୋପ ସାମ୍ବାଦିକ ସଂଘ ପକ୍ଷରୁ ଆଜି ଏକ ନିଆରା ଡ଼ଙ୍ଗୀ ରେ ପ୍ରତିବାଦ ସହିତ ଗୋପ ରୁ ନବୀନ ନିବାସ ପଦଯାତ୍ରା l ଗୋପ :- 15/03/2024 ( ) ରାଜ୍ୟ ସରକାର ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ସରକାରୀ କର୍ମଚାରୀ ମାନଙ୍କ ପାଇଁ ହାତ ଟେକି ଦେଇଥିବା ବେଳେ, ସାଧାରଣ ଜନତାଙ୍କ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରତି ବୈମାତୃକ ମନୋଭାବ କାହିଁକି ? ସମଗ୍ର ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ପାଇଁ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା, ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ରାଶି ବୃଦ୍ଧି କରିବା ସହ ସାମ୍ବାଦିକ ମାନଙ୍କ ପିତା ମାତାଙ୍କୁ ଏଥିରେ ସାମିଲ କରିବା ସହ କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ମାସିକ ପ୍ରୋତ୍ସାହନ ରାଶି ଘୋଷଣା କରିବା ସାମ୍ବାଦିକ ସୁରକ୍ଷା ଆଇନୀ ପ୍ରଣୟନ ଦାବିରେ ଗୋପ ସାମ୍ବାଦିକ ସଂଘ ପକ୍ଷରୁ ଦୀର୍ଘ 70 କିଲୋମିଟର ପର୍ଯ୍ୟନ୍ତ ପଦଯାତ୍ରା ରେ ବାହାରିଛନ୍ତି l ଆଜିର ପଦଯାତ୍ରା ର ମୁଖ୍ୟ ଉଦ୍ୟଶ କାର୍ଯ୍ୟରତ ସାମ୍ବାଦିକ ଓ ସାମ୍ବାଦିକାମାନଙ୍କୁ ତାଙ୍କ ମୌଳିକ ସୁବିଧା ଓ ସୁଯୋଗ ରୁ ବଞ୍ଚିତ ଥିବାରୁ ଗୋପ ସାମ୍ବାଦିକ ର 14 ଯୁବସାମ୍ବାଦିକ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଏକ ସ୍ମାରକ ପତ୍ର ଦେବାର କାର୍ଯ୍ୟକ୍ରମ ରହିଛି l ଖବର ସଂଗ୍ରହ ସୁଦ୍ଧା ସାମ୍ବାଦିକମାନେ ପ୍ରାୟ 40 କିଲୋମିଟର ରାସ୍ତା ପଦଯାତ୍ରା କରିଛନ୍ତି l ଆଜି ସମନ୍ତରାପୁର ଠାରେ ରାତ୍ରିଯାପନ କରି ଆସନ୍ତା କାଲି ସକାଳୁ ନବୀନ ନିବାସ ଅଭିମୁଖେ ଯାତ୍ରା କରିବେ ବୋଲି ସଂଘ ପକ୍ଷରୁ ସୂଚିତ କରାଯାଇଛି l ଏହାର ନେତୃତ୍ୱ ନୃଛନ୍ତି ଭାରତୀ ଭୂଷଣ ଉପାଧ୍ୟାୟ, ମିଲନ ମହାନ୍ତି ସୁବାସ ସେନାପତି ସାଥିରେ 10 ଜଣ ଯୁବସାମ୍ବାଦିକ ରହିଛନ୍ତି ସନ୍ତୋଷ, ପ୍ରଶାନ୍ତ, ରଶ୍ମି, ମଦନ, ସଞ୍ଜୟ, ଉଲ୍ଲାସ, ସଚ୍ଚିଦାନନ୍ଦ, ଶତ୍ରୁଘନ, ପ୍ରଦ୍ୟୁମ୍ନ, ରମାକାନ୍ତ, ଦୀପ୍ତି, ପ୍ରଭୁତି ପଦଯାତ୍ରା ରେ ସାମିଲ ହୋଇଛନ୍ତି l ତାଙ୍କର ଏହି ଅଭିନଵ ପ୍ରୟାସ ପାଇଁ କୋଣାର୍କ ଗୋପ ନିମାପଡା ପିପିଲି ଆଦି ସ୍ଥାନରେ ଥିବା ସାମ୍ବାଦିକ ସଂଘ ପକ୍ଷରୁ ସ୍ୱାଗତ କରିବା ସହିତ ଉତ୍ସାହିତ କରି ସାଧୁବାଦ ଜ୍ଞାପନ କରିଥିଲେ l ଏଣୁ ସମସ୍ତ ସାମ୍ବାଦିକ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେପରି ଗୋପ ସାମ୍ବାଦିକ ସଂଘର ପରିଶ୍ରମ ବୃଥା ରେ ନଯାଏ l

Leave a Reply

Your email address will not be published. Required fields are marked *