ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ ଯାତ୍ରୀନିବାସରେ ପଖାଳ ଦିବସ ପାଳିତ
ବୁଧବାର ମାର୍ଚ୍ଚ ୨୦ ତାରିଖ ବିଶ୍ୱ ପଖାଳ ଦିବସ ଅବସରରେ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ ଯାତ୍ରୀନିବାସରେ ପଖାଳ ଦିବସ ପାଳିତ ହୋଇଯାଇଛି। କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମିୟ ରଞ୍ଜନ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।

ପର୍ଯ୍ୟଟନ ଅଧିକାରୀ ପଖାଳର ଉପକାରିତା ଓ ମହନୀୟତା ଉପରେ ଆଲୋକପାତ କରିବା ସହିତ ଦୈନଦିନ ଜୀବନରେ ପଖାଳକୁ ଗୁରୁତ୍ଵ ଦେବାକୁ ମତବ୍ୟକ୍ତ କରିଥିଲେ। ଯାତ୍ରୀ ନିବାସକୁ ଆସିଥିବା ପର୍ଯ୍ୟଟକ ମାନେ ମଧ୍ଯ ପଖାଳ ସହିତ ବିଭିନ୍ନ ସ୍ବାଦିଷ୍ଟ ଆମିଷ ଓ ନିରାମିଷ ବ୍ୟଞ୍ଜନ ଖାଈ ଖୁସିବ୍ୟକ୍ତ କରିଥିଲେ।
କୋଣାର୍କରୁ ଜ୍ଞାନ ରଞ୍ଜନ ବିଶ୍ଵାଳByte
