୪୦୦ ଲିଟର ଦେଶୀ ମଦ ସହିତ କାର ଜବତ, ୦୨ ଗିରଫ
ଆଜି ତା. ୨୦.୦୩.୨୦୨୪ ସକାଳ ପ୍ରାୟ ୧୦.୩୦ ମିନିଟ୍ ସମୟରେ, ଅବକାରୀ ଅଧିକ୍ଷକ ଶ୍ରୀ ନରୋତ୍ତମ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଓ ଅବକାରୀ ନିରୀକ୍ଷକ ଶ୍ରୀମତୀ ସୁଶ୍ରୀ ସଂଗୀତା ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ଭ୍ରାମ୍ୟମାଣ ସ୍କ୍ୱାର୍ଡ ଉପ-ନିରୀକ୍ଷକ ଶ୍ରୀ ରବି ବେହେରାଙ୍କ ନେତୃତ୍ବରେ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଆଖୁଆପଦା ନିକଟରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଯାଜପୁର ଜିଲ୍ଲାରୁ ଛତାବର ଆଡ଼କୁ ଆସୁଥିବା ଏକ ଚାର୍ଭଲେଟର କାର୍ (ଓଡି-୦୫-ଏକ୍ୟୁ-୨୫୫୭) କୁ ଆଖୁଆପଦା ବ୍ରିଜ୍ ନିକଟରେ କାର୍ ସହ ୪୦୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ଭଦ୍ରକ ଗ୍ରାମାଂଚଳ ଥାନା ଅନ୍ତର୍ଗତ ସମରାଇପୂର୍ ଗ୍ରାମର ଚନ୍ଦନ ଦାସ୍ ଓ ଜଳଙ୍ଗା ଗ୍ରାମର ସୁଜନ୍ ଜେନାଙ୍କୁ ଗିରଫ କରାଯାଇଛି l ଜବତ

ହୋଇଥିବା ମଦ ଓ ଗାଡ଼ିର ଆନୁମାନିକ ମୂଲ୍ୟ ୦୪ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି l ଉକ୍ତ ଚଢ଼ାଉରେ ଏ.ଏସ୍.ଆଇ ରଶ୍ମିରେଖା ଜେନା, କନେଷ୍ଟବଳ ମିଥୁନ ଜେନା, ଅଜୟ କୁମାର ଦାସ, ବିଭୂପ୍ରସାଦ ମଲ୍ଲିକ ପ୍ରଭୃତି ସାମିଲ ଥିଲେ । ଏନେଇ ଭଦ୍ରକ ଭ୍ରାମ୍ୟମାଣ ସ୍କ୍ୱାର୍ଡ ପକ୍ଷରୁ କେସ ନଂ: ୪୯୨/୨୩-୨୪ ମୂଳେ ମାମଲା ରୁଜ୍ଜୁ କରାଯାଇଛି l
