ଭଦ୍ରକର ଐତିହାସିକ ଶ୍ରୀରାମ ନବମୀ ମହୋତ୍ସବ ପାଳନ କରିବାକୁ ନେଇ ଶ୍ରୀରାମ ନବମୀ କମିଟି ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ
ଓଡିଶା ପ୍ରସିଦ୍ଧ ପବିତ୍ର ଶ୍ରୀରାମ ନବମୀ ମହୋତ୍ସବ କୁ ନେଇ ଭଦ୍ରକ ଶ୍ରୀରାମ ମହାଯଜ୍ଞ ସମିତି ଭଦ୍ରକ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ଚଳିତ ବର୍ଷ ଶ୍ରୀରାମ ନବମୀ ଅତି ଭବ୍ଯ ଓ ଚିତାକର୍ଷଣ ପାଳନ ହେବା ସହ କିପରି ଶାନ୍ତି ଶୃଙ୍ଖଳାରେ ଶ୍ରୀରାମ ନବମୀ ପାଳନ କରାଯିବ ତାହା ସମ୍ମିଳନୀରେ କୁହାଯାଇଥିଲା,ଚଳିତ ମାର୍ଚ୍ଚ ୩୧ ରେ ମାତୃଭୂମି ପାଇଁ ଗଣଦୌଡ ଅନୁଷ୍ଠିତ ହେବ,ଏପ୍ରିଲ ୯ ରେ ରାଷ୍ଟ୍ରିୟ ନବବର୍ଷ ପାଳନ ସହ ସାଧୁ ସନ୍ଥ ପୂଜନ, ଗୋ-ପୂଜନ ହେବ, ଏପ୍ରିଲ ୧୪ ରେ ବାଲ ବଜରଙ୍ଗୀ ଙ୍କ ସାଇକେଲ ଶୋଭାଯାତ୍ରା ହେବ,୧୫ ରେ ବିଶାଳ ମହିଳା କଳସ ଶୋଭାଯାତ୍ରା, ଆଜ୍ଞାମାଳ ଯାତ୍ରା ଅନୁଷ୍ଠିତ ହେବ ଏବଂ ସେହିଦିନ ୩ଦିନ ବ୍ୟାପି ଶ୍ରୀରାମ ମହାଯଜ୍ଞ ଆରମ୍ଭ, ୧୬ ତାରିଖ ରେ ୧୦୮ ହନୁମାନ ଚାଳିଶା ପାଠ ହେବ ଏପ୍ରିଲ ୧୧ ତାରିଖ ରୁ ୧୭ ତାରିଖ ପର୍ଯ୍ୟନ୍ତ ମୀନାବଜାର ସହ ସଂସ୍କୃତିକ କାର୍ଯ୍ୟକ୍ରମ ଗାନ୍ଧି ପଡିଆ ରେ ଅନୁଷ୍ଠିତ ହେବା ନେଇ ସୂଚନା ପ୍ରଦାନ କରାଯାଇଥିଲା, ଏହି

ଅବସରରେ ଶ୍ରୀରାମ ମହାଯଜ୍ଞ ସମିତିର ବରିଷ୍ଠ ଉପଦେଷ୍ଟା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ଅନ୍ୟତମ ଉପଦେଷ୍ଟା ଧାମନଗର ବିଧାୟକ ସୂଯ୍ଯାଂବଂଶୀ ସୂରଜ, ସମିତିର ସଭାପତି ଆଇନ ଜୀବୀ ନିତ୍ୟାନନ୍ଦ ନାୟକ, କାର୍ଯ୍ୟକାରୀ ସଭାପତି ବ୍ୟୋମକେଶ ସେନାପତି, ସାଧାରଣ ସମ୍ପାଦକ ଶରତ ପଢ଼ିଆରୀ ,ଗୋବିନ୍ଦ ଚନ୍ଦ୍ର ରାଉତ, ଜଗନ୍ନାଥ ଦାସ, ସ୍ବାଧୀନ ସୁନ୍ଦର ଦାସ, ନିରଞ୍ଜନ ସାହୁ, ଉପସ୍ଥିତ ରହି କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିଥିଲେ
