୮୯ ତମ ଓଡିଶା ପୋଲିସ ର ପ୍ରତିଷ୍ଟା ଦିବସ ଭଦ୍ରକ ର ରିଜର୍ଭ ପୋଲିସ ପଡିଆ ରେ ପାଳିତ
ଆଜି ୮୯ ତମ ଓଡିଶା ପୋଲିସ ର ପ୍ରତିଷ୍ଟା ଦିବସ ସ୍ଥାନୀୟ ଚରମ୍ପା ର ରିଜର୍ଭ ପୋଲିସ ପଡିଆ ଠାରେ ଉଦଘାଟିତ ହୋଇ ଯାଇଛି ମୁଖ୍ଯ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ବରୁଣ ଗୁଣ୍ଡୁ ପାଲ୍ଲୀ ପେରେଡ ରେ ଅଂଶଗ୍ରହଣ କରି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ରାଜ୍ୟ ସରକାର ଙ୍କ ଗାଇଡଲାଇନ ଅନୁସାରେ ସମସ୍ତ ପୋଲିସ ପ୍ରଶାସନ ନିର୍ଭୀକ ଏବଂ ସ୍ବଚ୍ଛ ଭାବରେ କାମ କରିବା ପାଇ ବକ୍ତବ୍ଯ ରଖିଥିଲେ,ଭଦ୍ରକ ଜିଲ୍ଲାର ପ୍ରଶାସନିକ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ,ଶେଷ ରେ ୬ ଜଣ ଅଧିକାରୀଙ୍କୁ ସିଲ ପ୍ରଦାନ

କରିଥିଲେ ଦେବରାଜ ଜେନା ଶ୍ରେଷ୍ଟ ଉପ ଆରକ୍ଷୀ ନିରୀକ୍ଷକ ଙ୍କୁ ୧୦୦୦ ଟଙ୍କା ସହିତ ସିଲ ପ୍ରଦାନ କରିଥିଲେ, ସୁନିତା ହେମ୍ବ୍ରରମ ଶ୍ରେଷ୍ଠ ସହକାରୀ ଉପ ଆରକ୍ଷୀ ନିରୀକ୍ଷକ ଙ୍କୁ ୭୫୦ ଟଙ୍କା ପ୍ରଦାନ କରିଥିଲେ ,ଚନ୍ଦ୍ର ମଣୀ ଜେନା ଶ୍ରେଷ୍ଟ ଆରକ୍ଷୀ ସର୍ଦ୍ଧାର ୭୫୦ ଟଙ୍କା ପ୍ରଦାନ କରିଥିଲେ, ଅନୁପକୁମାର ନାୟକ ଶ୍ରେଷ୍ଟ ଯାନବାହାନ ନିୟନ୍ତ୍ରଣ ଅଧିକାରୀ ଆରକ୍ଷୀ ୫୦୦ ଟଙ୍କା ପ୍ରଦାନ କରିଥିଲେ, ରୂପ ରଞ୍ଜନ ସାହୁ ଶ୍ରେଷ୍ଟ ସଂରକ୍ଷୀତ ସଶସ୍ତ୍ର ଆରକ୍ଷୀ ଙ୍କୁ ୫୦୦ ଟଙ୍କା ପ୍ରଦାନ କରିଥିଲେ , ଶେଷ ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଡୁ ପାଲ୍ଲୀ ସମସ୍ତ ଙ୍କୁ ଧନ୍ୟବାଦ ପ୍ରଦାନ କରି ସଭା ସମାପନ ହୋଇଥିଲା |
