ଧାମନଗର ନିର୍ବାଚନ କ୍ଷେତ୍ର ଡାକ୍ତର ସଞ୍ଜୟ ଦାସ କୁ ନେଇ କର୍ମୀ ମାନଙ୍କ ମଧ୍ଯ ରେ ଚଳଚଞ୍ଚଳ
ଡାକ୍ତର ରୁ ସମାଜ ସେବା , ତା ପରେ ବିଜେଡିର ବିଧାୟକ ପ୍ରାର୍ଥୀ | ଏହା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ଧାମନଗର ନିର୍ବାଚନ ମଣ୍ଡଳୀର ଡାକ୍ତର ସଞ୍ଜୟ ଦାସ ଙ୍କ ପାଖରେ | ଆଶା ଥିଲା ମେଣ୍ଟ ହେଲେ ଧାମନଗର ନିର୍ବାଚନ ମଣ୍ଡଳୀ ବିଜେପି ହାତକୁ ଯିବ | ଧାମନଗର କର୍ମୀ ମାନଙ୍କ ମଧ୍ଯ ରେ ନିରାଶ ଦେଖିବାକୁ ମିଳିଥିଲା | ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟ ତାଲିକା ରେ ଧାମନଗର ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ହେଲେ

ଡାକ୍ତର ସଞ୍ଜୟ ଦାସ | ଦିନ ରାତି ଏକ କରି ଲୋକମାନଙ୍କ ସହିତ ମିଶୁଛନ୍ତି ସେମାନଙ୍କ ର କାର୍ଯ୍ୟକ୍ରମ ରେ ସାମିଲ ହେଉଛନ୍ତି | ଧାମନଗର ନିର୍ବାଚନ କ୍ଷେତ୍ର ରେ ପ୍ରତି ପଞ୍ଚାୟତ ରେ କର୍ମୀ ଉତ୍ସାହ ସହିତ ସଞ୍ଜୟ ଙ୍କୁ ସ୍ବାଗତ କରୁଛନ୍ତି | ହଜାର ହଜାର ସଂଖ୍ୟା ରେ କର୍ମୀ ରାଲି ରେ ଉପସ୍ଥିତ ରହି ବିଧାନସଭା ପ୍ରାର୍ଥୀ ସଞ୍ଜୟ ଦାସ ଙ୍କ ବିପୁଳ ପରିମାଣରେ ଜିତାଇବାକୁ କର୍ମୀ ନିବେଦନ କରିଛନ୍ତି |
