ତେର ଦଣ୍ଡ ମିଳନ ମହା ଆଡମ୍ବର ରେ ପାଳିତ

କନ୍ଧମାଳ ଜିଲ୍ଲା ରାଇକିଆ ମୁଖ୍ୟ ଛକ ପରିସର ଠାରେ ତେର ଦଣ୍ଡର ମିଳନ ମହା ଆଡମ୍ବର ରେ ପାଳିତ ହୋଇ ଯାଇଅଛି।ଏଥିରେ ମାଲେରିମାହା, ଖାଲିବେରଣା, ସିରକାକୁଟି,ବୁର୍ବିନାଜୁ, ଗୁଟିଂଗିଆ, ବନେଗାଁ, ତେଜାମାହା, ଶିଶିବାଲି, ଗ୍ରୀନବାଡି, କରଣ୍ଡାଗଡ଼,ଗୁଡରୀ ଗାଁ, ସଲାଗୁଡା, ରାଇକିଆ ଦଣ୍ଡ ଭାଗ ନେଇଥିଲେ।

ପ୍ରଥମେ ସମସ୍ତ ଦଣ୍ଡ ଙ୍କୁ ସକାଳୁ ସକାଳୁ ବାଟ ବରଣ କରାଯିବା ସହିତ ଅପରାହ୍ନ ରେ ସମସ୍ତ ଦଣ୍ଡ ଙ୍କ ଦ୍ୱାରା ଧୂଳି ଦଣ୍ଡ ଓ ନଈ କୂଳରେ ପାଣିଦଣ୍ଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସନ୍ଧ୍ୟା ସମୟ ରେ ସମସ୍ତ ଦଣ୍ଡ ଙ୍କ ମହାମିଳନ ଦୁର୍ଗା ମଣ୍ଡପ ସମୁଖରେ ଅନୁଷ୍ଠିତ ହୋଇଥିବା ବେଳେ ସମସ୍ତ ଅଧିକାରୀ, ମହାପାତ୍ର, ପାତାଢୋଲିଆ, ଦଣ୍ଡୁଆ ଙ୍କୁ ସଭାପତି ସନ୍ତୋଷ ଲେଙ୍କା,କୋଶାଧ୍ୟକ୍ଷ ସୁରେନ୍ଦ୍ର ପଣ୍ଡା ଙ୍କ ଦ୍ୱାରା ଉପଢୌକନ ପ୍ରଦାନ କାରାଯାଇ ସ୍ୱାଗତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସନ୍ତୋଷ କୁମାର ପାତ୍ର, ଦୁତିକୃଷ୍ଣ ପଣ୍ଡା, ଶ୍ରୀନୁ ଆଚାରି, ତିରୁପତି ସୁବୁଦ୍ଧି, ମନମୋହନ ପଟନାୟକ,ସୁଶୀଲ ତ୍ରିପାଠି, ପ୍ରଦୀପ ପ୍ରଧାନ, ରାଜମୋହନ ଦିଗାଲ, ଜିତେନ୍ଦ୍ର ପଣ୍ଡା, ସୁଦର୍ଶନ ପଣ୍ଡା ଙ୍କ ସହିତ ବହୁ ମାନ୍ୟଗଣ ବ୍ୟକ୍ତି ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *