ବିଶ୍ଵ ଫଟୋଗ୍ରାଫର ଦିବସରେ ..ପୁରୀ ସି ବିଚ୍ ଫଟୋଗ୍ରାଫର ମହାସଂଘ ପକ୍ଷରୁ ସଚେତନତା ଶୋଭାଯାତ୍ରା
ଆଜି ବିଶ୍ୱ ଫଟୋଗ୍ରାଫ ଦିବସ ରେ ପୁରୀ ସି ବିଚ ଫଟୋଗ୍ରାଫର ମହାସଂଘ ପକ୍ଷରୁ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି lପୁରୀ ସି ବିଚ ଫୋଟଗ୍ରାଫର ମହାସଂଘ ତରଫରୁ ସମୁଦ୍ର ବେଳାଭୂମିରେ ଥିବା ୯ ଗୋଟି ସଂଘର ସଭ୍ୟମାନଙ୍କୁ ନେଇ ପୁରୀ ସମୁଦ୍ର ବେଳାଭୂମିରେ ଏକ ସଚେତନତା ଶୋଭାଯାତ୍ରା କରାଯାଇଥିଲା ଲ ଏହି କାର୍ଯ୍ୟକ୍ରମକୁ ଡ଼ଃ ଭୀମଲ କୁମାର ସାହୁ ,ମହାସଂଘ ଉପଦେଷ୍ଟା ସିଦ୍ଧାର୍ଥ ରାୟ ଓ ଶ୍ରୀକାନ୍ତ ପରିଜା ସିବିଚ ଥାନାଧିକାରୀ ମାନସରଞ୍ଜନ ଚକ୍ର ଓ ଜିଲ୍ଲା କ୍ରୀଡାଧିକାରୀ ଚନ୍ଦନ ସାହୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ମହାସଂଘ ସଭାପତି ରଞ୍ଜନ କୁମାର ଦାସ,ଉପସଭାପତି ଶ୍ରୀଧର ପଣ୍ଡା ,ସମ୍ପାଦକ ସିଙ୍ଗିଲ ଶିବା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଶୋଭାଯାତ୍ରା ଦିଗବାରେଣୀ ଖୁଣ୍ଟି ଠାରୁ ଆରମ୍ଭ ହୋଇ ଲାଇଟ ହାଉସ ବେଳାଭୂମି ଠାରେ ଶେଷ ହୋଇଥିଲା l ଏହି ଶୋଭାଯାତ୍ରା ର ମୁଖ୍ୟ ଉଦେଶ୍ୟ ଥିଲା ପ୍ଲାଷ୍ଟିକ ମୁକ୍ତ ବେଳାଭୂମି ଏବଂ ପଲିଥିନ ମୁକ୍ତ ବେଳାଭୂମିର ବାର୍ତ୍ତାଦେଇ ହଜାର ହଜାର ଫଟୋଗ୍ରାଫର ସମୁଦ୍ରକୂଳ ସଫେଇ ସହିତ ପଦଯାତ୍ରା କରିଥିଲେ l
