କାକଟପୁରରେ ମା ମଙ୍ଗଳାଙ୍କ ଚୈତ୍ର ମାସ ତୃତୀୟ ପାଳି ଯାତ୍ରା
ଆଜି ଚୈତ୍ର ମାସର ତୃତୀୟ ମଙ୍ଗଳବାର, କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ଙ୍କ ଚଇତି ଯାତ୍ରାର ତୃତୀୟ ଦିବସ, ଏହି ଦିନ ରେ ମା ରାଜରାଜେସ୍ୱରୀ ବେଶ ରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଛନ୍ତି, ବ୍ରହ୍ମ ମୁହୂର୍ତ୍ତ ରୁ ମା ଙ୍କ ଦ୍ୱାର ଫିଟା ଯାଇ, ମଙ୍ଗଳଆରତୀ, ସ୍ନାନ, ମାର୍ଜନା, ମାଇଲମ, ବେଶ କରାଯାଇଛି, ଭକ୍ତ ଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ତରଫରୁ ସ୍ୱତନ୍ତ୍ର ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି, ଧାଡି ଦର୍ଶନ ରେ ଭକ୍ତ ଆସି ମା ଙ୍କୁ ନିଜ ଚର୍ମ ଚକ୍ଷୁ ରେ ଦର୍ଶନ କରିଛନ୍ତି, ଓଡିଶାର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ସଂଖ୍ୟା ରେ ଶ୍ରଦ୍ଧାଳୁ ମାନେ ଆସି ଆଜି ମା ଙ୍କ କୃପା ଭିକ୍ଷା କରିଛନ୍ତି। ମଧ୍ୟାହ୍ନ ରେ ମା ଙ୍କ ମନ୍ଦିର ରେ ସାରଳା ପିଠ ରୁ ଆସିଥିବା ସ୍ୱତନ୍ତ୍ର ଘଣ୍ଟ ପାଟୁଆ ନୂତ୍ୟ ଅନୁଷ୍ଠିତ ହୋଇଛି। ମନ୍ଦିର ରେ ମହିଳା ମାନେ ବିଶେଷ କରି ପନ୍ଥେଇ ପୂଜା କରିଛନ୍ତି, ଧୂପ, ଦୀପ, ଫୁଲ, ପଣା ଦେଇ ନିଜ ନିଜ ପରିବାର ର କଲ୍ୟାଣ ପାଇଁ ପନ୍ଥେଇ ରେ ମା ମଙ୍ଗଳା ଙ୍କୁ ପୂଜା ସମର୍ପଣ କରିଛନ୍ତି।
