ଗ୍ରାମ ଛକ ନିକଟରେ କଟୁରୀରେ ମରଣାନ୍ତକ ଆକ୍ରମଣ

ସତ୍ୟବାଦୀ ଥାନା, ଜିଲ୍ଲା- ପୁରୀ* *ମାମଲା ସୂଚନା: ସତ୍ୟବାଦୀ ଥାନା କେସ୍ ନଂ*- 447, ତା. 25.11.2026, ଦଫା- 126(2)/115(2)/117(2)/109(1) ବି.ଏନ୍.ଏସ୍. (BNS) *ଅଭିଯୋଗକାରିଣୀ*: ମିନତୀ ବାରିକ (65), ସ୍ୱାମୀ- ରଘୁନାଥ ବାରିକ, ଗ୍ରାମ- ତଳପାଟଣା ମୂଷକ ପାଟଣା, ଥାନା- ସତ୍ୟବାଦୀ, ଜିଲ୍ଲା- ପୁରୀ । *ତଦନ୍ତକାରୀ ଅଧିକାରୀ*: ଗୌରାଙ୍ଗ ଚରଣ ମହାପାତ୍ର, ଏସ୍.ଆଇ., ସତ୍ୟବାଦୀ ଥାନା । *ଗିରଫ ଅଭିଯୁକ୍ତ*: ସୌମ୍ୟ ରଞ୍ଜନ ବାରିକ ଓରଫ ସିପୁ (30), ପିତା- ଅଭିନା ଓରଫ ଅଭିମନ୍ୟୁ ବାରିକ, ଗ୍ରାମ- ତଳପାଟଣା, ମୂଷକ ପାଟଣା, ଥାନା- ସତ୍ୟବାଦୀ, ଜିଲ୍ଲା- ପୁରୀ । *ଜବତ ସାମଗ୍ର*: ଗୋଟିଏ କଟୁରୀ ।*ମାମଲାର ସଂକ୍ଷିପ୍ତ ବିବରଣୀ*:ଗତ ତା. 25.11.2026 ସକାଳ ପ୍ରାୟ 10.00 ଘଟିକା ସମୟରେ ଅଭିଯୋଗକାରିଣୀ ମିନତୀ ବାରିକଙ୍କ ପୁଅ ସତ୍ୟବ୍ରତ ବାରିକ ଓରଫ ଉତ୍ତମ (37) ସାକ୍ଷୀଗୋପାଳ ବଜାରରୁ ବାଇକ୍ ଯୋଗେ ଘରକୁ ଫେରୁଥିବା ବେଳେ ଗ୍ରାମ ଛକ ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଭିଯୁକ୍ତ ସୌମ୍ୟ ରଞ୍ଜନ ବାରିକ ଓରଫ ସିପୁ ତାଙ୍କୁ ଏକ କଟୁରୀରେ ମରଣାନ୍ତକ ଆକ୍ରମଣ କରିଥିଲା । ଏଥିରେ ସତ୍ୟବ୍ରତଙ୍କ ହାତ, ପିଠି ଓ ଶରୀରରେ ଗଭୀର କ୍ଷତ ହୋଇଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏନେଇ ରାତି 9.00 ଘଟିକାରେ ଥାନାରେ ଅଭିଯୋଗ ହେବା ପରେ ସତ୍ୟବାଦୀ ପୋଲିସ ତଦନ୍ତ କରି ଆଜି ତା. 26.11.2026 ରିଖରେ ଅଭିଯୁକ୍ତକୁ ଗିରଫ କରିବା ସହ ବ୍ୟବହୃତ କଟୁରୀ ଜବତ କରିଛି ଏବଂ ତାକୁ ମାନ୍ୟବର ଜେ.ଏମ୍.ଏଫ୍.ସି. କୋର୍ଟ, ସତ୍ୟବାଦୀକୁ ଚାଲାଣ କରାଯାଇଛି ।

Leave a Reply

Your email address will not be published. Required fields are marked *