ବିଶିଷ୍ଟ ସାହିତ୍ୟିକା ଙ୍କୁ ଗଁଦିଆ ସ୍ମୃତି ସଂସଦ ତରଫରୁ ସମ୍ବର୍ଦ୍ଧିତ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ର ଅଗ୍ରଣୀ ସ୍ବେଚ୍ଛାସେବୀ ସାମାଜିକ ଅନୁଷ୍ଠାନ”ଗଁଦିଆ ସ୍ମୃତି ସଂସଦ”ତରଫରୁ ଢେଙ୍କାନାଳ ଗୋପବନ୍ଧୁ ଟାଉନ ହଲ୍ ରେ ଅନୁଷ୍ଠିତ ,ହୋଇଥିବା କବି ଭୂଷଣ ସ୍ମୃତି ସଂସଦ ର ବାର୍ଷିକ ଉତ୍ସବ ରେ ଓଡ଼ିଶା ର ବିଶିଷ୍ଟ ସାହିତ୍ୟିକା, କବୟିତ୍ରୀ,ସୁଲେଖିକା ଡଃ ହିରଣ୍ଯ ମୟୀ ମିଶ୍ର, ଓ ଶ୍ରୀମତୀ ଶୃତକୀର୍ତ୍ତି ତ୍ରିପାଠୀ ଙ୍କୁ ମାନପତ୍ର, ଉପଢୌକନ,ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଉତ୍ସବ ରେ ଗଁଦିଆ ସ୍ମୃତି ସଂସଦ ର ମୁଖ୍ୟ ଉପଦେଷ୍ଟା ଡଃ ସମୀର କୁମାର ସାହୁ ଙ୍କ ଉପସ୍ଥିତି ରେ ଡଃ ସାହୁ ଙ୍କ ସହିତ ଗଁଦିଆ ସ୍ମୃତି ସଂସଦ ର ସଭାପତି ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଗଁଦିଆ ସ୍ମୃତି ସଂସଦ ତରଫରୁ କର୍ମକର୍ତ୍ତା ଡମ୍ବରୁଧର ସେଠୀ, ବିଦ୍ୟାଧର ସାହୁ,ଓ ଅଧ୍ୟାପକ ବିକାଶ ଚନ୍ଦ୍ର ମିଶ୍ର ମଧ୍ୟ ଉପସ୍ଥିତ ହୋଇ ଥିଲେ।

Leave a Reply

Your email address will not be published. Required fields are marked *