ଭଦ୍ରକରେ ଶ୍ରୀରାମ ନବମୀ ପାଇଁ ହଜାର ହଜାର ମହିଳାଙ୍କ ଦ୍ଵାରା କଳସ ଶୋଭାଯାତ୍ରା ଅନୁଷ୍ଠିତ

ପ୍ରସିଦ୍ଧ ଶ୍ରୀ ରାମ ନବମୀ ଉତ୍ସବ , ପୂର୍ବ ରୁ ଅନୁଷ୍ଠିତ କଳସ ଶୋଭାଯାତ୍ରା ରେ ୫୦୦୮ ମହିଳା ସାମିଲ ହୋଇଛନ୍ତି | କାଖରେ କଳସୀ ଧରି ଜୟ ଶ୍ରୀରାମ ନାରା ଦେଇଛନ୍ତି | ଭଦ୍ରକ ସହରର ଅଧା ଅଞ୍ଚଳ ରେ ଏମାନଙ୍କ ପରିକ୍ରମା ଆଜି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି | ଭଦ୍ରକ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ଐତିହାସିକ ଶ୍ରୀରାମ ନବମୀ ମହାଯଜ୍ଞ ଉପଲକ୍ଷେ ଆଜି କଳସ ଶୋଭାଯାତ୍ରା କରାଯାଇଛି | ଅପରାହ୍ନ ୪ ଘଟିକା ରେ ୫ ହଜାର ସଂଖ୍ଯା ରେ ମହିଳା ମାନେ ଗାନ୍ଧି ପଡିଆ ଯଞ ସ୍ଥଳ ରୁ ବାହାରି ଅସ୍ତଳ ଗ୍ରାମ ହୋଇ ସାଳନ୍ଦୀ ନଦୀ ଘାଟରେ ପହଞ୍ଚି ଥିଲେ | ସେଠାରେ ରୀତି ନୀତି ଅନୁଯାୟୀ ପୂଜା ପରେ ମହିଳା ମାନେ ଘଟ ଉତ୍ତୋଳନ କରିଥିଲେ , ପରେ ଶୋଭାଯାତ୍ରା ରେ ବନ୍ତ ଛକ ନୂଆବଜାର ହୋଇ ଗାନ୍ଧି ପଡିଆ କୁ ଫେରି ଥିଲେ| ଯଜ୍ଞ ରେ ରୀତିନୀତି ମୁତାବକ ପୂଜା କର୍ମ ଆରମ୍ଭ କରାଯାଇଛି | ଆଜି ଠାରୁ ଏହି ପୂଜା ଯଥା ରାମନବମୀ ଯଜ୍ଞ, ହନୁମାନ ଚାଳିଶା ପାଠ ଆଦି ୨ ଦିନ ଧରି ଅନୁଷ୍ଠିତ ହେବ |

Leave a Reply

Your email address will not be published. Required fields are marked *