ନିର୍ବାଚନ ପ୍ରସ୍ତୁତି ବୈଠକ
🏵️ ନିର୍ବାଚନ ପ୍ରସ୍ତୁତି ବୈଠକ 🏵️ଅଦ୍ୟ ତା 18.04.2024 ରିଖ ସନ୍ଧ୍ୟା ୬ ଘଟିକା ସମୟରେ ବିଜୁ ଯୁବ ଜନତା ଦଳ ଦ୍ୱାରା ବଗଲା ଧର୍ମଶାଳା ଠାରେ ପୁରୀ ସହରର ବିଜୁ ଜନତା ଦଳର ସମସ୍ତ ମୁରବୀ ଓ କର୍ମୀମାନଙ୍କୁ ନେଇ ଏକ ନିର୍ବାଚନୀ ପ୍ରସ୍ତୁତି ବୈଠକ କରାଯାଇଥିଲା ll ନବ-ନିର୍ବାଚିତ ରାଜ୍ୟସଭା ସାଂସଦ ମାନ୍ୟବର ଶ୍ରୀଯୁକ୍ତ ସୁଭାଶିଷ ଖୁଣ୍ଟିଆଙ୍କ ସଂଯୋଜନାରେ ପୁରୀ ଜିଲ୍ଲା ଯୁବ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନାରାୟଣ ସ୍ୱାଇଁଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା ll ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ୬ଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବରେ ଏବଂ ପୁରୀ ଲୋକସଭା ପ୍ରାର୍ଥୀ ଶ୍ରୀଯୁକ୍ତ ଅରୂପ ପଟ୍ଟନାୟକ ଓ ପୁରୀ ସଦର ବିଧାନସଭା ପ୍ରାର୍ଥୀ ଶ୍ରୀଯୁକ୍ତ ସୁନୀଲ ମହାନ୍ତିଙ୍କୁ ବିପୁଳ ଭୋଟରେ ବିଜୟୀ କରାଇବା ପାଇଁ ବୈଠକରେ ନିଷ୍ପତି ହୋଇଥିଲା ll

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ତଥା ବ୍ରହ୍ମଗିରିର ବିଧାୟକ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସ ବର୍ମା, ଶ୍ରୀଯୁକ୍ତ ରାମକୃଷ୍ଣ ଦାସ ମହାପାତ୍ର, ପୂର୍ବତନ ନଗରପାଳ ସୁରେନ୍ଦ୍ରନାଥ ଦାଶ ଓ ଗୌରହରି ପ୍ରଧାନ, ପୁରୀଜିଲ୍ଲା ବିଜୁ ଜନତା ଦଳର ସଭାପତି ଦିବାକର ପାତ୍ର, ପୁରୀ ସହର ମହିଳା ସଭାନେତ୍ରୀ ବିନୋଦିନୀ ଦାସ, ପୁରୀର ମହିଳା ସଭାନେତ୍ରୀ ଶାନ୍ତିଲତା ପ୍ରଧାନ, କୃଷ୍ଣଚନ୍ଦ୍ର ପଣ୍ଡା, ଭଗବାନ ପଢ଼ିଆରୀ, ରବିନାରାୟଣ ସାମନ୍ତରା, ରାମଚନ୍ଦ୍ର ସିଂହାରୀ, ନାରାୟଣ ଖୁଣ୍ଟିଆ, କାଶୀନାଥ ମହାସୁଆର, ଅନନ୍ତ ପ୍ରଧାନ, ବିଶ୍ୱକେତନ ଦାସ, ସୁରେଶ ଚନ୍ଦ୍ର ବାରିକ, ଅର୍ବାନ ବ୍ୟାଙ୍କର ଉପସଭାନେତ୍ରୀ ମମତାରାଣୀ ସାହୁ, ଅରୁଣିମା ନନ୍ଦ, ସନ୍ଧ୍ୟାରାଣୀ ଭଟ୍ଟ, ଏ. ତାତାରାଓ, ଭକ୍ତ ଚରଣ ଦାସ, ନାରାୟଣ ପଟ୍ଟନାୟକ, କାଶୀନାଥ ରଣା, ସାଇନା ଖୁଣ୍ଟିଆ, ସୌମ୍ୟ ରଞ୍ଜନ ମହାନ୍ତି, ଜମ୍ବେଶ୍ୱର ମହାନ୍ତି, ବିଭୂତି ଭୂଷଣ ସେଠୀ, ଦୀପ୍ତି ମିଶ୍ର, ବଳରାମ ରେଡ଼ି, ଶୁଚିସ୍ମିତା ସାହୁ, ନୃସିଂହ ସାହୁ, ଶ୍ରୀଧର ଜେନା, ଘନଶ୍ୟାମ ମର୍ଦ୍ଦରାଜ ଓ ରଞ୍ଜିତା ମହାନ୍ତି ଉପସ୍ଥିତ ରହି କର୍ମୀମାନଙ୍କୁ ଉଦବୋଧନ ଦେଇ ଉତ୍ସାହିତ କରିଥିଲେ llଉକ୍ତ ସଭାରେ ଏକ ମିଶ୍ରଣ ପର୍ବରେ ବିଜେପିର ପୂର୍ବତନ ପୁରୀ ଜିଲ୍ଲା ସାଧାରଣ ସମ୍ପାଦକ ଓ ବର୍ତ୍ତମାନର ପ୍ରଶିକ୍ଷଣ ପ୍ରମୁଖ ବିଭୂତି ଭୂଷଣ ତ୍ରିପାଠୀ ଓ ସିଂହଦ୍ୱାର ମଣ୍ଡଳ ସଭାନେତ୍ରୀ ରାଜଲଷ୍ମୀ ନନ୍ଦ ବିଜୁ ଜନତା ଦଳର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଶୁଭାଶିଷ ଖୁଣ୍ଟିଆଙ୍କ ନେତୃତ୍ୱରେ ଦଳରେ ମିଶିଥିଲେ ll ଶେଷରେ ରବିଶଙ୍କର ପ୍ରତିହାରୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ll
