ପାଣି ସମସ୍ୟାର ସମ୍ମୁଖୀନ ହୋଇ କିଡ଼ନୀ ରୋଗରେ ଆକ୍ରାନ୍ତ ଲୋକେ ଜୀବନ ଜୀବିକା ରେ ମୁଖ୍ୟ ଉପାଦାନ ଜଳ

ପାଣି ସମସ୍ୟାର ସମ୍ମୁଖୀନ ହୋଇ କିଡ଼ନୀ ରୋଗରେ ଆକ୍ରାନ୍ତ ଲୋକେ ଜୀବନ ଜୀବିକା ରେ ମୁଖ୍ୟ ଉପାଦାନ ଜଳ | ଜଳ ବିନା ଜୀବନ ଅଧୁରା | ଉତ୍ତମ ଜଳ ଅଭାବରେ ଶରୀର ରେ ଅବନତି ଘଟେ |ଏଣୁ ଜଳ ଠାରୁ ପରିଷ୍କାର ଜଳ ନିହାତି ଗୁରୁତ୍ୱପୂର୍ଣ |ପରନ୍ତୁ ଗୋଲମୁଣ୍ଡା ବ୍ଲକ ଅଧୀନ ଖଲିଆକାନି ଗ୍ରାମ ପଂଚାୟତ ସୁକୁନିମୁଣ୍ଡା ଗ୍ରାମର ଲୋକେ ଜଳ ତ ବ୍ୟବହାର କରୁଛନ୍ତି ପରନ୍ତୁ ତାହା ଦୂଷିତ ଜଳ |ଗ୍ରାମରେ 14 ଟି ନଳକୂପ ତ ଅଛି ପରନ୍ତୁ 8ଟି ନଳକୂପ ସେଥିରୁ ନିର୍ଗତ ହେଉଛି ଲୁହା ପାଣି ଯାହା ଦ୍ୱାରା 10 ରୁ ଅଧିକ ଲୋକେ କିଡ଼ନୀ ରୋଗରେ ମରିସାରିଲେଣି ତ ଆଉ 10ରୁ ଅଧିକ ଲୋକ କିଡ଼ନୀ ରୋଗରେ ଆକ୍ରାନ୍ତ |ଦୁଇ ବର୍ଷ ପୂର୍ବରୁ ଏହି ଖବର ପ୍ରସାରଣ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ପ୍ରଶାସନ ଏଯାବତ ନେଇନାହିଁ | ଲୋକେ ପାଣି ପାଇଁ ୩ କିଲୋମିଟର ଚାଲି ଚାଲି ଯାଉଛନ୍ତି | ଶୁଦ୍ଧ ପାଣି ର ବ୍ୟବସ୍ତା ପାଇଁ ମୁଣ୍ଡ ପିଟିଲେ ମଧ୍ୟ ପ୍ରଶାସନ ସବୁ ଶୁଣି ତ ଚୁପ ରହିବ ପରନ୍ତୁ ପ୍ରଶାସନ ର ଅବ୍ୟବସ୍ଥା ଆଉ ଦାୟିତ୍ୱହୀନତା ପାଇଁ ଏହି ଅଂଚଳ ର କେତେ ଲୋକଙ୍କ ଜୀବନ ଯିବ ତାହା ହିଁ ଦେଖିବାକୁ ବାକି ରହିଲା ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି |

Leave a Reply

Your email address will not be published. Required fields are marked *