2024 ଗ୍ରୀଷ୍ମ ଋତୁରେ ଭାରତୀୟ ରେଳବାଇ ଦ୍ୱାରା ରେକର୍ଡ ସଂଖ୍ୟକ ଅତିରିକ୍ତ ବିଶେଷ ଟ୍ରେନ୍

2024 ଗ୍ରୀଷ୍ମ ଋତୁରେ ଭାରତୀୟ ରେଳବାଇ ଦ୍ୱାରା ରେକର୍ଡ ସଂଖ୍ୟକ ଅତିରିକ୍ତ ବିଶେଷ ଟ୍ରେନ୍ :• ଏହି ଗ୍ରୀଷ୍ମ ଋତୁରେ ଯାତ୍ରୀମାନଙ୍କ ସୁବିଧା ଏବଂ ଆରାମଦାୟକ ଯାତ୍ରା ନିଶ୍ଚିତ କରିବାକୁ 9111 ଟ୍ରିପ ଗ୍ରୀଷ୍ମକାଳୀନ ବିଶେଷ ଟ୍ରେନ ଚଳାଚଳ |• ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଦେଶର ବିଭିନ୍ନ ପ୍ରଣତାକୁ 21 ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ |• ପୁରୀରୁ ସାତ ଯୋଡା ଗ୍ରୀଷ୍ମ କାଳୀନ ସ୍ପେଶାଲ୍ ଟ୍ରେନ ପାଟନା, ନିଜାମୁଦ୍ଦିନ, ଶାଲିମାର ଏବଂ ସାନ୍ତ୍ରାଗଛି, ବାରିପଦାକୁ ଯାତ୍ରା କରିବ |• ଭୁବନେଶ୍ୱରରୁ ଯଶୋବନ୍ତପୁର, ଧାନବାଦ ଏବଂ ଚେନ୍ନାଇକୁ ତିନୋଟି ଯୋଡି ଗ୍ରୀଷ୍ମ ସ୍ପେଶାଲ୍ |• ସମ୍ବଲପୁରରୁ ଗୌହାଟୀ, ଏରୋଡ୍ ଏବଂ ପୁଣେକୁ ତିନି ଯୋଡି ଗ୍ରୀଷ୍ମ ସ୍ପେସିଆଲ୍ |• କଟକରୁ ହାଇଦ୍ରାବାଦ ପର୍ଯ୍ୟନ୍ତ ଗୋଟିଏ ଯୋଡି ଏବଂ ବ୍ରହ୍ମପୁରରୁ ସୁରଟ ଏବଂ ଏର୍ନାକୁଲମ୍ ପର୍ଯ୍ୟନ୍ତ ଦୁଇ ଯୋଡି ଗ୍ରୀଷ୍ମ ସ୍ପେଶାଲ୍ |• ବିଶାଖାପାଟନମ୍ ଠାରୁ ବେଙ୍ଗାଲୁରୁ, କୋଲାମ, ତିରୁପତି, ସିକନ୍ଦରାବାଦ ଏବଂ କୁର୍ନୁଲ କୁ ଛଅ ଯୋଡି ଗ୍ରୀଷ୍ମ ସ୍ପେଶାଲ୍ | ଯାତ୍ରୀମାନଙ୍କ ଯାତ୍ରା ସୁବିଧା ସୁନିଶ୍ଚିତ କରିବା ଏବଂ ଗ୍ରୀଷ୍ମ ସମୟରେ ଭ୍ରମଣ ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ଭାରତୀୟ ରେଳ ଗ୍ରୀଷ୍ମ ଋତୁରେ ରେକର୍ଡ ସଂଖ୍ୟକ 9111 ଟ୍ରିପ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଇବାକୁ ନିଷ୍ପତ୍ତି ନେଇଅଛି |2023 ର ଗ୍ରୀଷ୍ମ ଋତୁ ତୁଳନାରେ ଏହା ଏକ ମହତ୍ତ୍ୱପୂର୍ଣ୍ଣ ବୃଦ୍ଧିକୁ ଚିହ୍ନିତ କରୁଛି ଯେଉଁଠାରେ ସମୁଦାୟ 6369 ଟ୍ରିପ ଟ୍ରେନ ଚଳାଚଳ କରାଯାଇଥିଲା | ଯାତ୍ରୀଙ୍କ ଚାହିଦାକୁ ସଫଳତାର ସହ ପୂରଣ କରିବା ପାଇଁ ଭାରତୀୟ ରେଳବାଇର ପ୍ରତିବଦ୍ଧତାକୁ ଦର୍ଶାଇ ଏହା 2742 ଟ୍ରିପ ଅଧିକ ଟ୍ରେନ ଚଳାଚଳ କରୁଅଛି |ପ୍ରମୁଖ ରେଳ ମାର୍ଗରେ ନିରାପଦ ଯାତ୍ରା ସୁନିଶ୍ଚିତ କରି ଦେଶର ପ୍ରମୁଖ ଗନ୍ତବ୍ୟସ୍ଥଳକୁ ସଂଯୋଗ କରିବା ପାଇଁ ଅତିରିକ୍ତ ଟ୍ରେନ୍ ଗୁଡିକ ଯତ୍ନର ସହ ଚଳାଚଳ ପାଇଁ ଯୋଜନା କରାଯାଇଛି | ଭାରତର ସମସ୍ତ ଜୋନାଲ ରେଳପଥ ଦେଶସାରା ବ୍ୟାପିଛି ଯେଉଁଥିରେ ପ୍ରତ୍ୟକ ଜୋନାଲ ରେଳପଥ ଦେଶର ବିଭିନ୍ନ ପ୍ରାନ୍ତକୁ ଟ୍ରେନ ଚଳାଚଳ କରାଇବାପାଇଁ ବ୍ୟାପକ ଭାବେ ଯୋଜନା କରୁଛନ୍ତି | ଯାତ୍ରୀ ଚାହିଦା ଥିବା ରାଜ୍ୟ ଯଥା ତାମିଲନାଡୁ, ମହାରାଷ୍ଟ୍ର, ଗୁଜୁରାଟ, ଓଡିଶା, ପଶ୍ଚିମବଙ୍ଗ, ବିହାର, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଝାଡଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଦିଲ୍ଲୀ ଭଳି ରାଜ୍ୟରୁ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଇବା ପାଇଁ ଯୋଜନା କରାଯାଇଅଛି | ଅତିରିକ୍ତ ଟ୍ରେନର ଯୋଜନା ଏବଂ ଚଳାଚଳ ହେଉଛି ଏକ ନିରନ୍ତର ପ୍ରକ୍ରିୟା ଯେଉଁଥି ପାଇଁ ସମସ୍ତ ଯୋଗାଯୋଗ ମାଧ୍ୟମ, ମିଡିଆ ରିପୋର୍ଟ, ସୋସିଆଲ୍ ମିଡିଆ ପ୍ଲାଟଫର୍ମ, ରେଲୱେ ଇଣ୍ଟିଗ୍ରେଟେଡ୍ ହେଲ୍ପଲାଇନ ନମ୍ବର 139, PRS ସିଷ୍ଟମରେ ଏକ ନିର୍ଦ୍ଦିଷ୍ଟ ମାର୍ଗରେ ଟ୍ରେନ୍ ଗୁଡିକରେ ଯାତ୍ରୀ ମାନଙ୍କ ପ୍ରତୀକ୍ଷା ତାଲିକା ଇତ୍ୟାଦି ଗୁଡିକ ଆଧାରରେ ଯୋଜନା କରାଯାଇଥାଏ | ଏହି ଆବଶ୍ୟକତା ଉପରେ ଆଧାର କରି ଟ୍ରେନ୍ ସଂଖ୍ୟା ଏବଂ ଟ୍ରିପ ସଂଖ୍ୟା ବୃଦ୍ଧି କରାଯାଇଛି | ଟ୍ରେନ୍ ସଂଖ୍ୟା କିମ୍ବା ଅତିରିକ୍ତ ଟ୍ରେନ୍ (ଗୁଡିକ) ଦ୍ୱାରା ପରିଚାଳିତ ଯାତ୍ରା ସଂଖ୍ୟା ସମଗ୍ର ଗ୍ରୀଷ୍ମ ଋତୁ ପାଇଁ ସ୍ଥିର ନଥାଏ |ଗ୍ରୀଷ୍ମ ଋତୁରେ ରେଳ ଷ୍ଟେସନରେ ପାନୀୟ ଜଳର ଉପଲବ୍ଧତା ନିଶ୍ଚିତ କରିବାକୁ ଜୋନାଲ ରେଳବାଇକୁ ନିର୍ଦ୍ଦେଶ ଦିଆଯାଇଛି | ସମସ୍ତ ପ୍ରମୁଖ ଏବଂ ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନରେ ବିସ୍ତୃତ ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଛି | ଭିଡ଼କୁ ନିୟମିତ ବ୍ୟବଧାନରେ ନିୟନ୍ତ୍ରଣ କରିବା ପାଇଁ ସମସ୍ତ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ବରିଷ୍ଠ ଅଧିକାରୀମାନେ ଗୁରୁତ୍ୱପୂର୍ଣ ଷ୍ଟେସନ ଗୁଡିକ ପ୍ରତି ବିଶେଷ ନଜର ରଖିଛନ୍ତି |ସାଧାରଣ ଦ୍ୱିତୀୟ ଶ୍ରେଣୀ କୋଚ ମାନଙ୍କରେ ପ୍ରବେଶ ପାଇଁ ଧାଡିରେ ଯିବାକୁ ସୁନିଶ୍ଚିତ କରିବା ପାଇଁ ଆରପିଏଫ୍ କର୍ମଚାରୀମାନଙ୍କୁ ଟ୍ରେନ ଉତ୍ପତ୍ତି ଷ୍ଟେସନରେ ନିୟୋଜିତ କରାଯାଇଛି | ଜନଗହଳି ପୂର୍ଣ୍ଣ ସ୍ଥାନଗୁଡିକ ଉପରେ ନଜର ରଖିବା ଏବଂ ଯାତ୍ରୀମାନଙ୍କୁ ପ୍ରକୃତ ସମୟ ସହାୟତା କରିବା ପାଇଁ ଦକ୍ଷ ଆରପିଏଫ୍ କର୍ମଚାରୀମାନେ ସିସିଟିଭି କଣ୍ଟ୍ରୋଲ୍ ରୁମରେ ମଧ୍ୟ ନିୟୋଜିତ ହୋଇଛନ୍ତି |ସରକାରୀ ରେଳ ପୋଲିସ୍ (GRP) ଏବଂ ରେଳ ସୁରକ୍ଷା ବଳ (ଆରପିଏଫ୍) କର୍ମଚାରୀମାନେ ଫୁଟ ଓଭର ବ୍ରିଜରେ ନିୟୋଜିତ ହୋଇ ଭିଡ଼କୁ ସୁରୁଖୁରୁରେ ନିୟନ୍ତ୍ରଣ କରିବା ପାଇଁ କୁହାଯାଇଥିବାବେଳେ ଭିଡ଼ ସମୟରେ ପରିସ୍ଥିତିକୁ ଧ୍ୟାନରେ ରଖି ଯାତ୍ରୀ ଭିଡ଼ ନିୟନ୍ତ୍ରଣ କରାଯିବାକୁ କୁହାଯାଇଅଛି |ସମସ୍ତ ଯାତ୍ରୀଙ୍କ ପାଇଁ ଏକ ସୁବିଧାଜନକ ଏବଂ ଆରାମଦାୟକ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବାକୁ ଭାରତୀୟ ରେଳ ପ୍ରତିବଦ୍ଧ ଅଟେ | ଯାତ୍ରୀମାନେ ଏହି ଅତିରିକ୍ତ ଟ୍ରେନରେ ରେଳ ଟିକେଟ୍ କାଉଣ୍ଟର କିମ୍ବା IRCTC ୱେବସାଇଟ୍ / ଆପ୍ ମାଧ୍ୟମରେ ବୁକ୍ କରିପାରିବେ |ପୂର୍ବତଟ ରେଳପଥ ଗ୍ରୀଷ୍ମ ସମୟରେ 21 ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ତଥା 307 ଟି ଟ୍ରିପ ଚଳାଚଳ କରାଇବାକୁ ଯୋଜନା କରିଛି | ଏହି ସ୍ୱତନ୍ତ୍ର ଟ୍ରେନ୍ ଗୁଡିକ ପୁରୀ, ଭୁବନେଶ୍ୱର, ବିଶାଖାପାଟନମ୍, ସମ୍ବଲପୁର, କଟକ ଏବଂ ବ୍ରହ୍ମପୁର ଭଳି ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନରୁ ଉତ୍ପନ୍ନ ହେବାର ଯୋଜନା ରହିଛି |ସାତ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ଗ୍ରୀଷ୍ମ ସମୟରେ ପୁରୀରୁ ପାଟନା, ନିଜାମୁଦ୍ଦିନ, ଶାଲିମାର, ଭଞ୍ଜପୁର (ବାରିପଦା) ଏବଂ ସାନ୍ତ୍ରାଗଛିକୁ ଯାତ୍ରା କରିବ |ସେହିଭଳି ତିନି ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ଭୁବନେଶ୍ୱରରୁ ଯଶୋବନ୍ତପୁର, ଧାନବାଦ୍ ଏବଂ ଚେନ୍ନାଇ ଆଡକୁ ଚଳାଚଳ କରିବ |ତିନି ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ମଧ୍ୟ ସମ୍ବଲପୁରରୁ ଗୌହାଟୀ, ଏରୋଡ୍ ଏବଂ ପୁଣେକୁ ଚଳାଚଳ କରିବ |ଏହା ବ୍ୟତୀତ, ଏକ ଯୋଡ଼ା ସ୍ପେଶାଲ୍ ଟ୍ରେନ୍ କଟକରୁ ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରିବାକୁ ଥିବାବେଳେ ଦୁଇ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ବ୍ରହ୍ମପୁରରୁ ସୁରଟ ଏବଂ ଏର୍ନାକୁଲମ୍ କୁ ଯାତ୍ରା କରିବାକୁ ଯୋଜନା କରାଯାଇଅଛି |ଏହା ବ୍ୟତୀତ, ଛଅ ଯୋଡ଼ା ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ ବିଶାଖାପାଟନମରୁ ବେଙ୍ଗାଲୁରୁ, କୋଲାମ, ତିରୁପତି, ସିକନ୍ଦରାବାଦ ଏବଂ କୁର୍ନୁଲକୁ ଯାତ୍ରା କରିବାର ଯୋଜନା ରହିଛି |ପୂର୍ବତଟ ରେଳପଥ ଯାତ୍ରୀମାନଙ୍କୁ ନିୟମିତ ଟ୍ରେନରେ ଯାତ୍ରା ଭିଡକୁ ଏଡ଼ାଇବା ପାଇଁ ଏବଂ ବିନା ବାଧାରେ ସେମାନଙ୍କର ଯାତ୍ରା ସୁବିଧା ପାଇଁ ବିଭିନ୍ନ ଗ୍ରୀଷ୍ମକାଳୀନ ଟ୍ରେନରେ ଟିକେଟ ବୁକ୍ କରିବାକୁ ଅନୁରୋଧ କରିଛି | ଏହା ବ୍ୟତୀତ, ଗ୍ରୀଷ୍ମ ସମୟରେ ପ୍ରବଳ ତାତିକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନରେ ପାନୀୟ ଜଳର ଉପଲବ୍ଧତା ନିଶ୍ଚିତ କରିଛି | ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ସମସ୍ତ ପ୍ରମୁଖ ଏବଂ ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନରେ ମଧ୍ୟ ଯାତ୍ରୀ ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଛି | ସାଧାରଣ ଦ୍ୱିତୀୟ ଶ୍ରେଣୀ କୋଚ ମାନଙ୍କରେ ମାତ୍ରାଧିକ ଭିଡ଼ ଏଡ଼ାଇବା ପାଇଁ ରେଳବାଇ ସୁରକ୍ଷା ବାଳ ନିୟୋଜିତ କରାଯାଇ ଧାଡି ମାଧ୍ୟମରେ ଟ୍ରେନ କୋଚ ମଧ୍ୟକୁ ଯାତ୍ରୀ ମାନଙ୍କୁ ଯିବାକୁ ବ୍ୟବସ୍ଥା କରାଯାଇଅଛି ଯାହାଦ୍ୱାରା ଯାତ୍ରୀମାନେ ଉପକୃତ ହେବ ସହିତ ସୁରକ୍ଷା ଓ ନିରାପତ୍ତା ଦିଗଗୁଡିକୁ ମଧ୍ୟ ଧ୍ୟାନ ଦିଆଯାଇହେବ |

Leave a Reply

Your email address will not be published. Required fields are marked *