ଆକ୍ସନ ମୋଡ଼ ରେ ଅବକାରୀ ବିଭାଗ ଚଢ଼ାଉ ପରେ ଚଢ଼ାଉ

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅତର୍କିତ ଚଢ଼ାଉ କରାଯାଉଛି l ଗତ କିଛିଦିନ ତଳେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ୪୫ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିବାବେଳେ ଆଜି ପୁଣି ଏକ ବଡ଼ ସଫଳତା ପାଇଛି ଯାଜପୁର, ଡୋଲୀପୁର ର ଅବକାରୀ ବିଭାଗ l

ସୂଚନା ମୁତାବକ ଯାଜପୁର ଜିଲ୍ଲା ଅବକାରୀ ଅଧିକ୍ଷକ ଅମରେନ୍ଦ୍ର କୁମାର ଜେନାଙ୍କ ନିର୍ଦ୍ଧେଶ କ୍ରମେ ଅବକାରୀ ଇନସିପେକ୍ଟର ନାରାୟଣ ବେହେରା କୌଣସି ଏକ ଗୁପ୍ତ ଖବର ପାଇ ଯାଜପୁର ରୋଡ ଥାନା ମିଟୁଆଣୀ ଗଡିଆ ଅଞ୍ଚଳରେ ଚଢ଼ାଉ କରିଥିଲେ ଓ ସଫଳତା ମଧ୍ୟ ପାଇଥିଲେ l ଆଉ ଜଣେ ବ୍ୟକ୍ତି କୁ ବ୍ରାଉନ ସୁଗାର ର କିଣା ବିକା କୁ ଦେଖି ଗିରଫ କରିନେଇଥିଲେ l ତେବେ ସୂଚନା ଅନୁଯାଇ ଏହି ଗିରଫ ବ୍ୟକ୍ତି ଜଣଙ୍କ ରବୀନ୍ଦ୍ର ପାତ୍ର ବୋଲି ଜଣାପଡିଛି l ସେପଟେ ଅବକାରୀ ବିଭାଗ ପକ୍ଷରୁ ଏହି ଅଭିଯୁକ୍ତକୁ ଗିରଫ କରିବା ପରେ କେଶ ନମ୍ବର ୫/୨୪ରେ ଗୋଟିଏ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ l ତେବେ ଏହି ଅଭିଯୁକ୍ତ ନିକଟରୁ ୭୦ଗ୍ରାମ ବ୍ରାଉନ ସୁଗାର ଜବତ ହେଇଥିବା ସୂଚନା ମିଳିଛି l ଏହି ଚଢ଼ାଉରେ ସବ-ଇନସିପେକ୍ଟର ଶ୍ରୀକାନ୍ତ କୁମାର ପଣ୍ଡା, ବିଭୁ ପ୍ରସାଦ ସାହୁ, ଏସଆଇ କ୍ଷୀରୋଦ କୁମାର ସାହୁ, ଶୁଭସ୍ମିତା ପ୍ରଧାନ ଓ କର୍ମଚାରୀ ମାନେ ସାମିଲ ଥିଲେ

Leave a Reply

Your email address will not be published. Required fields are marked *