୨୦୨୪ ରଥଯାତ୍ରା ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ

୨୦୨୪ ରଥଯାତ୍ରା ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ।ପୁରୀ :୨୦/୪ ଚଳିତ ବର୍ଷ ର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଜୁଲାଇ ୭ ତାରିଖରେ ଓ ବାହୁଡା଼ ଯାତ୍ରା ଜୁଲାଇ ୧୫ ତାରିଖରେ ଅନୁଷ୍ଠିତ ହେବ। ଦେବସ୍ନାନ ପୂର୍ଣ୍ଣିମା ମଇ ୧୦ ତାରିଖରେ ଅନୁଷ୍ଠିତ ହେବ।ତେଣୁ ଦେବସ୍ନାନ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ରଥଯାତ୍ରା, ବାହୁଡା ଯାତ୍ରା, ସୁନାବେଶ ଓ ନିଳାଦ୍ରୀ ବିଜେ କୁ ଶୃଙ୍ଖଳିତ ଭାବେ ପରିଚାଳନା ପାଇଁ ପ୍ରଥମ ସମନ୍ୱୟ ବୈଠକ ଆଜି ପୂର୍ବାହ୍ନରେ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷତା କରି କେନ୍ଦ୍ରାଚଂଳ ରାଜସ୍ବ ଆୟୁକ୍ତ ରଞ୍ଜନ କୁମାର ଦାସ ମହାପ୍ରଭୁଙ୍କ ରଥଯାତ୍ରା ମହାପ୍ରଭୁ ନିଜେ ହିଁ ନିଧାର୍ଯ୍ୟ କରିଥାନ୍ତି।

ଆମେ ମାନେ ତାଙ୍କ ନିର୍ଦ୍ଦେଶ ରେ କେବଳ ତାହାକୁ ପରିଚାଳନା କରନ୍ତି।ପ୍ରତ୍ୟେକ ଙ୍କ ମଧ୍ୟରେ ସୁସମନ୍ୱୟ ରଖି ଖୁବ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ସମସ୍ତ କାର୍ଯ୍ୟ କରିବାକୁ ସେ ସମସ୍ତ ଙ୍କୁ ଅନୁରୋଧ କରିଥିଲେ।କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଙ୍କ ପରାମର୍ଶ କ୍ରମେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ବୈଠକ ପରିଚାଳନା କରିବା ସହ ବିଭିନ୍ନ ବିଭାଗ କୁ ଯେଉଁ ଦାୟିତ୍ୱ ଦିଆଯାଉଛି ତାହାକୁ ଅଗ୍ରାଧିକାର ଭିତ୍ତିରେ ସମ୍ପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ପାରସ୍ପରିକ ସମନ୍ୱୟ ର ସହ ରଥଯାତ୍ରା କୁ ଆମେ ସଫଳ କରିବା ବୋଲି ସେ କହିଥିଲେ।ରଥକାଠ ସଂଗ୍ରହ, ରଥ ନିର୍ମାଣ, ରଥଯାତ୍ରା ନିମନ୍ତେ ବିଭିନ୍ନ ସାମଗ୍ରୀ ସଂଗ୍ରହ ଓ ଯୋଗାଣ, ରଥକପଡା ସଂଗ୍ରହ, ନୀତି ସଂପାଦନ, ରଥଟଣା ସମ୍ପର୍କରେ ମତଦେଇ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ତିନି ରଥ ପାଇଁ ମୋଟ ୮୬୫ ଖଣ୍ଡ କାଠର ଆବଶ୍ୟକତା ଥିବା ବେଳେ ଗତବର୍ଷ ର ୫୩ ଖଣ୍ଡ କାଠ ବଳି ଥିବାରୁ ଆଉ ୮୧୨ ଖଣ୍ଡ କାଠ ଆବଶ୍ୟକ ଥିଲା।ଇତି ମଧ୍ୟରେ ୧୬୪ ଖଣ୍ଡ କାଠ ପ୍ରାପ୍ତ ହୋଇଛି।ଏହି କାଠ ଗୁଡିକୁ ପର୍ଯ୍ୟାୟ କ୍ରମେ ଜଙ୍ଗଲ ବିଭାଗ ଯୋଗାଉଛନ୍ତି ବୋଲି ସେ ସୂଚନା ଦେଇଥିଲେ।ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, ପରିବହନ ବ୍ୟବସ୍ଥା, ରାସ୍ତା ଘାଟ ମରାମତି ଓ ଉନ୍ନତି କରଣ,ପାର୍କିଂ ସ୍ଥଳ,ଶାନ୍ତି ଶୃଙ୍ଖଳା ରକ୍ଷା,ଟ୍ରେନ ଚଳାଚଳ ବ୍ୟବସ୍ଥା, ରଥଯାତ୍ରା ର ସିଧାସଳଖ ପ୍ରସାରଣ ବ୍ୟବସ୍ଥା,ଯାତ୍ରୀ ସୁବିଧା ପାଇଁ ଅସ୍ଥାୟୀ ସୂଚନା କେନ୍ଦ୍ର ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ, ପଲ୍ଲିଶ୍ରୀ ମେଳା ଓ ପ୍ରଦର୍ଶନୀ ଆୟୋଜନ, ସ୍ୱେଛାସେବୀ ନିୟୋଜନ ଇତ୍ୟାଦି ସମ୍ବନ୍ଧ ରେ ବିସ୍ତୃତ ଆଲୋଚନା ହେବା ସହ ସମ୍ପୃକ୍ତ ବିଭାଗ ମାନେ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଆୟୁକ୍ତ ଶ୍ରୀ ଦାସ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କେନ୍ଦ୍ରାଞ୍ଚଳ ଆରକ୍ଷୀ ମହାନିରୀକ୍ଷକ ସଞ୍ଜୟ କୌଶଲ, ଓରମାସର ନିର୍ଦ୍ଦେଶକ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ ଗୁହା ପୁନମ ତାପସ କୁମାରଆଇନ ବିଭାଗ ଅତିରିକ୍ତ ସଚିବ ପ୍ରଣୟ କୁମାର ଦାସ ,ସୂଚନା ଓ ଲୋକ ସମ୍ପର୍କ ନିର୍ଦ୍ଦେଶକ ସରୋଜ କୁମାର ସାମଲ,ଏସ ପି ପିନାକ ମିଶ୍ର ,ସଂସ୍କୃତି ବିଭାଗ ସ୍ୱତନ୍ତ୍ର ସଚିବ ମଧୁସୂଦନ ଦାସ, ଗୃହ ଓ ପୌର ଉନ୍ନୟନ ବିଭାଗ ଅତିରିକ୍ତ ସଚିବ ବିନୟ କୁମାର ଦାଶ,ଦେବୋତ୍ତର ବିଭାଗ ଡେପୁଟି କମିଶନର ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ମନ୍ଦିର ପରିଚାଳନା କମିଟିର ସଦସ୍ୟ, ସେବାୟତ, ବିଶିଷ୍ଟ ବ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ ସମସ୍ତ ଙ୍କୁ ସ୍ୱାଗତ କରିଥିଲେ।ପୂର୍ତ୍ତ ବିଭାଗ ଅତିରିକ୍ତ ସଚିବ ପ୍ରଦୀପ କୁମାର ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ନିଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇ ଆଲୋଚନା ରେ ଅଶଂଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *