କଂଗ୍ରେସ ବିଧାୟକ ଅସିତ ପଟ୍ଟନାୟକ ଙ୍କ ଶକ୍ତି ପ୍ରଦର୍ଶନ

: କଂଗ୍ରେସ ରେ ଯୋଗ ଦେବା ପରେ ଭଦ୍ରକ ର ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ ର କଂଗ୍ରେସ ବିଧାୟକ ପ୍ରାର୍ଥୀ ଅସିତ ପଟ୍ଟନାୟକ ଶକ୍ତି ପ୍ରଦର୍ଶନ କରିଛନ୍ତି | ଅସିତ ପଟ୍ଟନାୟକ ଙ୍କ ସମେତ ୪ ହଜାର ସମର୍ଥକ ନୂଆ ବସଷ୍ଟାଣ୍ଡ ରୁ ବାହାରି କାଳୀ ମନ୍ଦିର ,ପୁରୁଣାବଜାର, ଶଙ୍କର ପୁର ନଙ୍ଗାମହଲା, ସନ୍ଥିଆ, କଦମ୍ବ ବେଡା, କଚେରୀ ଛକ ହୋଇ କଂଗ୍ରେସ ପାର୍ଟି ଅଫିସ ରେ ଯୋଗଦେଇଛନ୍ତି | ୫ ଦିନ ତଳେ ସେ ଭୂବନେଶ୍ବର ର କଂଗ୍ରେସ ଅଫିସ ରେ ବିଧିବଦ୍ଧ ଭାବେ କଂଗ୍ରେସ ର ପତକା ଧରି ଥିଲେ ପରେ , ଆସି ପୁରୁଣାବଜାର ଅଞ୍ଚଳର ନିଜ ସଂଗଠନ ସହ କାର୍ଯ୍ୟା କରୁଥିଲେ | ଆଜି ବିଧିବଦ୍ଧ ଭାବରେ ନିଜ ସମର୍ଥକଙ୍କୁ ଧରି କଂଗ୍ରେସ ପାର୍ଟି କାର୍ଯ୍ୟଳୟ କୁ ଯାଇଛନ୍ତି | ପ୍ରଥମେ ସମର୍ଥକଙ୍କୁ ଧରି ବାଇକ ଶୋଭାଯାତ୍ରା କରି ନୂଆ ବସଷ୍ଟାଣ୍ଡ ରେ ପହଞ୍ଚି ଥିଲେ | ସେଠାରେ ଚାଲି ଚାଲି ଶ୍ରୀଯୁକ୍ତ ଅଶିତ ପଟ୍ଟନାୟକ ଙ୍କ ବିଶାଳ ରାଲି ପାଟି କାର୍ଯ୍ୟାଳୟରେ ପହଞ୍ଚିଥିଲା| ପାଟି ଅଫିସ ରେ ,ସାଂସଦ ପ୍ରାର୍ଥୀ ଅନନ୍ତ ପ୍ରସାଦ ସେଠୀ,ନଳିନୀକାନ୍ତ ମହାନ୍ତି, ରାଜେନ୍ଦ୍ର ଜେନା ବହୁ କଂଗ୍ରେସ ସମର୍ଥକ ଉପସ୍ଥିତ ଥିଲେ|

Leave a Reply

Your email address will not be published. Required fields are marked *