ହିଞ୍ଜିଳିରେ ବିଜେଡ଼ି ର ମହିଳା ସମାବେଶ

ହିଞ୍ଜିଳିକାଟୁ, ୨୧/୦୪ ହିଞ୍ଜିଳିକାଟୁ ପୌରାଞ୍ଚଳ ରୟାଲ ପେଲେସ ପରିସରରେ ରବିବାର ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ସ୍ତରୀୟ ମହିଳା ବିଜୁ ଜନତା ଦଳ ସକ୍ର୍ରିୟ ଯୁବତୀ ମାନଙ୍କୁ ନେଇ ଏକ ମହିଳା ସମାବେଶ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମାବେଶରେ ହିଞ୍ଜିଳିକାଟୁ ବ୍ଳକ ମହିଳା ବିଜେଡି ସଭାନେତ୍ରୀ ମମତା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ୨ ହଜାରରୁ ଉର୍ଦ୍ଧ୍ବ ମହିଳା ବିଜେଡି କର୍ମୀଙ୍କୁ ନେଇ ସମାବେଶ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ଆସିକା ଲୋକସଭା ବିଜେଡି ପ୍ରାର୍ଥିନୀ ରଞ୍ଜିତା ସାହୁ, ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଳା ପରିଷଦ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ରଙ୍କ ସହ ଦଳର ବରିଷ୍ଠ ନେତା ମାନେ ଶ୍ରୀ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ଅତିଥି ଭାବେ ଶେରଗଡ଼ ବ୍ଳକ ମହିଳା ବିଜେଡି ସଭାନେତ୍ରୀ ଉମାଦେଇ ବେହେରା, ଜିଲ୍ଲା ସମ୍ପାଦିକା ଶ୍ରୀମୟୀ ପାଢି, ମନସୁରୀ ସ୍ବାଇଁ, ହିଞ୍ଜିଳିକାଟୁ ପୈର ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ହିଞ୍ଜିଳିକାଟୁ ବ୍ଲକ୍ ଅଧ୍ୟକ୍ଷା ସରସ୍ଵତୀ ସେଠି ପ୍ରମୁଖ ଯୋଗ ଦେଇଥିଲେ ।

ଦଳର ବରିଷ୍ଠ ନେତ୍ରୀ ଓ କର୍ମୀ ମାନେ ମହିଳା ସମାଜକୁ ଉଦବୋଦନ ଦେଇ କହିଥିଲେ ଯେ, ନବୀନ ବାବୁଙ୍କୁ ହିଞ୍ଜିଳି ବିଧାନସଭା ଆସନରୁ ଲକ୍ଷାଧିକ ଭୋଟ ବ୍ୟବଧାନରେ ବିଜୟୀ କରିବା ସହ ଆସିକା ଲୋକସଭା ପ୍ରାର୍ଥିନୀ ରଞ୍ଜିତା ସାହୁଙ୍କୁ ଲକ୍ଷାଧିକ ଭୋଟରେ ଅଗ୍ରଣୀ ଦେବା ସହ ନବୀନ ବାବୁଙ୍କୁ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ନେବେ ଓ ବିଶ୍ୱ ରେକର୍ଡର ଅଧିକାରୀ ଭାବେ ହିଞ୍ଜିଳିବାସୀ ଗୌରାବାନ୍ନିତ ହେବାର ସୁଯୋଗ ମିଳିବ । ବିଜୁ ଜନତା ଦଳ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ସ୍ୱାର୍ଥ ଓ ସ୍ୱାଭିମାନର ସୁରକ୍ଷା ସହିତ ଓଡିଶାବାସୀଙ୍କ ନ୍ୟାର୍ଯ୍ୟଦାବି ହାସଲ ନିମନ୍ତେ ନିର୍ଭିକତାର ସହିତ ସଂଗ୍ରାମ ଜାରୀ ରଖିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ବ୍ଳକ ଯୁବ ବିଜେଡି ସଭାପତି ମନୋଜ ସାବତ, ପୌରାଞ୍ଚଳ ସଭାପତି ସଞ୍ଜୟ କୁମାର ପଣ୍ଡା, ଶେରଗଡ ବ୍ଳକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକ, ହିଞ୍ଜିଳିକାଟୁ ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲେଇ, ଶେରଗଡ଼ ବ୍ଳକ ଯୁବ ବିଜେଡି ସଭାପତି ସନ୍ତୋଷ ପଟ୍ଟନାୟକ ଙ୍କ ସମେତ ଉଭୟ ହିଞ୍ଜିଳିକାଟୁ ଓ ଶେରଗଡ ବ୍ଳକର ବହୁ ସରପଞ୍ଚ, ସମିତିସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, ପ୍ରାକ୍ତନ ସରପଞ୍ଚ, ସମିତିସଭ୍ୟ, ହିଞ୍ଜିଳିକାଟୁ ପୌରାଞ୍ଚଳର କାଉନସିଲର ଓ ସହସ୍ରାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ । ୨୪ ଏପ୍ରିଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁ ପୌରାଞ୍ଚଳ, ବ୍ଳକ ଓ ଶେରଗଡ ବ୍ଳକ ଗ୍ରସ୍ତ କରି ୨ଟି ସାଧାରଣ ସଭାରେ ଯୋଗ ଦେବାକୁ ଥିବା ବେଳେ ଉକ୍ତ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ସମସ୍ତ ପ୍ରକାରର ସହଯୋଗ କରିବା ପାଇଁ ବୋଲି ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର ଆହ୍ବାନ ଜଣାଇଥିଲେ ।

Leave a Reply

Your email address will not be published. Required fields are marked *