ଭବାନୀପାପାଟଣା ଆଦିବାସୀ ଭବନଠାରେ ଆଦିବାସୀ ସଭା
କଳାହାଣ୍ଡି:୨୯/୦୮,:କଳାହାଣ୍ଡି ଡିର୍ଷ୍ଟିକ ଆଦିବାସୀ ସଙ୍ଘ ପକ୍ଷରୁ ଆଜି ଭବାନୀପାଟଣା ସ୍ଥିତ ଆଦିବାସୀ ଭବନଠାରେ କଳାହାଣ୍ଡି ଡିର୍ଷ୍ଟିକ ଆଦିବାସୀ ସଙ୍ଘର ସଭାପତି ଶ୍ରିଯୁକ୍ତ କିଶୋର ଚନ୍ଦ୍ର ଭୋଇ ଏବଂ ସମ୍ପାଦକ ରମେଶ ଚନ୍ଦ୍ର ମାଝୀ ଙ୍କ ନେତୃତ୍ୱରେ ସଭା ଅନୁଷ୍ଟିତ ହୋଇ ଥଲା । ଉକ୍ତ ସଭା ରେ କଳାହାଣ୍ଡି ଡିର୍ଷ୍ଟିକ ରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟର ମୁଖିଆ ମାନେ ଉପସ୍ଥିତ ଥିଲେ ।କଳାହାଣ୍ଡି ଡିର୍ଷ୍ଟିକ ସଭାପତି ଦାୟିତ୍ଵରେ ଥିବା କିଶୋର ଚନ୍ଦ୍ର ଭୋଇ ସଭାପତି ପଦରୁ ଅବସର ନେଇ ଛନ୍ତି ତାଙ୍କୁ ଗତ ୨୦୦୮ ମସିହାରୁ ଆଦିବାସୀ ସମ୍ପ୍ରଦାୟ ର ସଭାପତି ଦାୟିତ୍ବ ଦିଆଯାଇଥିଲା । ତେର ବର୍ଷ କାଳ ସଭାପତି ଦାୟିତ୍ୱ ତୁଲାଇ ଥିଲେ ତେଣୁ ଶ୍ରୀଯୁକ୍ତ ଭୋଇ ଙ୍କୁ କଳାହାଣ୍ଡି ଜିଲ୍ଲାରେ ବସବାସ କରୁଥିବା ଆଦିବାସୀ ମାନେ ସେବାକରିବାର ଅବସର ଦେଇ ଥିଲେ । ଅଦ୍ୟଦିନଠାରୁ କଳାହାଣ୍ଡି ଡିର୍ଷ୍ଟିକ ଆଦିବାସୀ ସଙ୍ଘ ନୂତନ ସଙ୍ଘ ଗଠନ ପ୍ରକ୍ରିୟା ଆରମ୍ଭ ପାଇଁ ଆଲୋଚନା କରାଗଲା ସଭାରେ ଗଣ୍ଡ ସମାଜ ର ଜିଲ୍ଲା ସଭାପତି ଲବଣି ନାଏକ ,ଜିଲ୍ଲା ଆଦି କନ୍ଦ ସମାଜ ସଭାପତି ରାଜେନ୍ଦ୍ର ଭୋଇ , ଜିଲ୍ଲା ଭତରା ସମାଜ ସଭାପତି କୈଳାସ ଚନ୍ଦ୍ର ମାଝୀ , ବନଜରା ସମାଜ ସଭାପତି ଲଲିତ ନାଏକ ,ଶବର ସମାଜରଜିଲ୍ଲା ପ୍ରତିନିଧି ମନ ରଞ୍ଜନ ଶବର, ଜିଲ୍ଲା ହଳବା ସମାଜ ସଭାପତି ସହଦେଵ ନେଗି ,ପୁର୍ବତନ ଜିଲ୍ଲା ସଭାପତି ପଦ୍ମ କିଶୋର ପୁଝାରୀ ପ୍ରମୁଖ ସହ ସତାଧିକ ଆଦିବାସୀ ଉପସ୍ଥିତ ଥିଲେ।
ରିପୋର୍ଟ- ତୁଲମଣି ନାଗ।
