ସ୍ବଦେଶୀ ଜାଗରଣ ମଂଚ ତରଫରୁ ସ୍ବଦେଶୀ ଶୀର୍ଷକ ଆଲୋଚନା ଚକ୍ର ଆୟୋଜିତ

ସ୍ବଦେଶୀ ଜାଗରଣ ମଂଚ ପୁରୀ ତରଫରୁ ଆଜି ରାଣୀ ସତୀ ଭବନରେ ବିଚାର ଵର୍ଗ ଓ ଦୈନଦିନ ଜୀବନରେ ସ୍ବଦେଶୀ ଓ ଦେଶର ବିକାଶ ରେ ସ୍ବଦେଶୀ ଶୀର୍ଷକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା ଏଥିରେ RSS ର ବରିଷ୍ଠ ଅଧିକାରୀ ରାଜକିଶୋର ସାହୁ ଓ ମନୋରଞ୍ଜନ ସାହୁ ସ୍ୱଦେଶୀ ଜାଗରଣ ମଞ୍ଚ ର ରାଜ୍ୟ ସଂଯୋଜକ ଶତ୍ରୁଘନ ତରାଇ ଓ ସଂଘର୍ଷ ବାହିନୀ ପ୍ରମୁଖ ସଚିନନ୍ଦନ ଦାଶ ଯୋଗ ଦେଇ ସ୍ବଦେଶୀ ଦୈନଦିନ ଜୀବନ ଆବଶ୍ୟକତା ଓ ଦେଶର ଅର୍ଥନୀତିକୁ ଶକ୍ତିଶାଳୀ କରିବା ପାଇଁ ସ୍ବଦେଶୀ ର ବ୍ୟବହାର ନିତାନ୍ତ ଆବଶ୍ୟକ ବୋଲି କହିଥିଲେ ସ୍ବଦେଶୀ ର ବିକାଶ ଯାତ୍ରା ଉପରେ ଆଲୋଚନା କରାଯାଇଥିଲା ସମାଜ ର ପ୍ରତିନିଧି ଜଗନ୍ନାଥ ବସ୍ତିଆ, ସୁଦେଶା ପଣ୍ଡା, ଭବାନୀ ମିଶ୍ର, ବୀଣାପାଣି ପଣ୍ଡା, ସାରଙ୍ଗଧର ଷଡଙ୍ଗୀ ଆଲୋଚନା ରେ ଭାଗ ନେଇଥିଲେ ନଗର ସଂଯୋଜକ ମନୋଜ କୁମାର ଅଗ୍ରୱାଲ ସ୍ୱାଗତଂ ଭାଷଣ ଓ କାର୍ଯ୍ୟକ୍ରମ ପ୍ରମୁଖ ସବିତା ବିଶୋଇ ମଞ୍ଚ ପରିଚାଳନା କରିଥିଲେ।ଉପେନ୍ଦ୍ର ବିଶୋଇ ପୂର୍ଣ୍ଣ ଚନ୍ଦ୍ର ମିଶ୍ର ପୁର୍ଣ ଚନ୍ଦ୍ର ଦାସ ଅଜୟ ଦାସ ତରୁଣାଦିତ୍ୟ ମିଶ୍ର ବିଚିତ୍ର ରଂଜନ ସାହୁ କବିତା ପ୍ରଧାନ ଅଶୋକ ଦାଶ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ଧନ୍ୟବାଦ ଅର୍ପଣ ଜଗନ୍ନାଥ ଷଡ଼ଙ୍ଗୀ କରିଥିଲେ ଶେଷରେ ବନ୍ଦେ ମାତରମ କରାଯାଇଥିଲା।

Leave a Reply

Your email address will not be published. Required fields are marked *