ହୋଣ୍ଡା ଚତୁର୍ଥ କଳିଙ୍ଗନଗର ପ୍ରିମିୟର ଲିଗ୍ : ରାମେଶ୍ଵର ଫାଇଟର୍ସ ଚମ୍ପିୟାନ

କଳିଙ୍ଗନଗର ସ୍ପୋର୍ଟସ ଏକାଡ଼େମୀ ଆନୁକୁଲ୍ୟରେ ତେଜ ହୋଣ୍ଡା ସହଯୋଗରେ ସ୍ଥାନୀୟ ବ୍ୟାସନଗର ଷ୍ଟାଡ଼ିୟମ ଠାରେ ଚାଲୁଥିବା ସର୍ବଭାରତୀୟ କଳିଙ୍ଗନଗର ପ୍ରିମିୟର ଲିଗ୍ ଦିବାରାତ୍ରୀ କ୍ରିକେଟ ଟୁର୍ନାମେଟର ଫାଇନାଲ ମ୍ୟାଚରେ ଏମ.ଏମ.ସି.ସି ସମ୍ବଲପୁରକୁ ହରାଇ ରାମେଶ୍ୱର ଫାଇଟର୍ସ ୨୦୨୪ ବର୍ଷ ପାଇଁ ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି l ଟସ୍‌ରେ ବିଜୟୀ ହୋଇ ଏମ.ଏମ.ସି.ସି ପ୍ରଥମେ ବ୍ୟାଟିଙ୍ଗ୍ କରିବାର ନିଷ୍ପତି ନେଇଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ ହରାଇ ମାତ୍ର ୧୧୦ରନ୍ କରିଥିଲେ l

ଏହାର ଜବାବରେ ରାମେଶ୍ୱର ଫାଇଟର୍ସ ମାତ୍ର ୧୬ ଓଭରରେ ୫ ଉଇକେଟ ହରାଇ ୧୧୧ ରନ୍ କରି ବିଜୟୀ ହୋଇଥିଲେ l ଫାଇନାଲ ମ୍ୟାଚ୍‌ର ପୁରସ୍କାର ବିତରଣ ଉତ୍ସବରେ କଳିଙ୍ଗନଗର ସ୍ପୋର୍ଟସ ଏକାଡ଼େମୀର କାର୍ଯ୍ୟକାରୀ ସଭାପତି ଆଲୋକ ମହାନ୍ତି ଅତିଥିମାନଙ୍କୁ ସ୍ଵାଗତ କରିଥିଲେ l ଏହି ଅବସରରେ ପୂର୍ବତନ କ୍ରିକେଟ ଖେଳାଳୀ ମାନଙ୍କୁ ମାନପତ୍ର ଦେଇ ସମ୍ବଦ୍ଧନା କରାଯାଇଥିଲା l ଚମ୍ପିୟାନ ଦଳଙ୍କୁ ଟଫି ସହ ୨ ଲକ୍ଷ ଟଙ୍କା ଓ ରନର୍ସ ଅଫ ଦଳକୁ ଟ୍ରଫି ସହ ୧ ଲକ୍ଷ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *