ଓମ୍ ବିହାର ଚୋରି ଘଟଣା

, : ସ୍ଥାନୀୟ ଓମ୍ ବିହାର ୯ମ ଲାଇନ ନିବାସୀ ଗୀତାଞ୍ଜଳି ରାଉତଙ୍କ ଘରୁ ହୋଇଥିବା ଚୋରି ଘଟଣାରେ ଗୋଷାଣୀନୂଆ ଗାଁ ଥାନା ପୁଲିସକୁ ମିଳିଛି ସଫଳତା ।ପୁଲିସ ଏହି ମାମଲାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଆନ୍ଦ୍ରାପ୍ରଦେଶ ନେଲୋର ଜିଲ୍ଲାର ଗାନ୍ଧୀ ନଗରର ସିଏଚ କ୍ରିଷ୍ଣାରେଡ଼ି(୪୦) ଓ ଜି ପ୍ରଭୁ(୨୯) । ଅଭିଯୁକ୍ତଙ୍କ ନିକଟରୁ୪୨.୪୦ଗ୍ରାମର ଦୁଇଟି ସୁନା ଚେନ,୩ଟି ମୋବାଇଲ, ୧.୯୨୭”କିଲୋ ରୂପା, ଗୋଟିଏ ଲୁହା ରୋଡ଼, କଟର ସମେତ ଅନ୍ୟାନ୍ୟ ଲୁହା ସାମଗ୍ରୀ ଜବତ ହୋଇଛି । ଅଭିଯୁକ୍ତଙ୍କୁ ପୁଲିସ ଜେରା କରି ବହୁ ତଥ୍ୟ ହାସଲ କରିଛି । ସେହି ତଥ୍ୟକୁ ଆଧାର କରି ପୁଲିସ ତଦନ୍ତ ଜାରିରଖିଛି । ସୂଚନାଯୋଗ୍ୟ ଯେ ,ଗୀତାଞ୍ଜଳି ରାଉତ ଓ ତାଙ୍କ ପରିବାର ଲୋକେ ଗତ ୧୪ତାରିଖରେ ଆଙ୍କଶପୁର ମେରୁଯାତ୍ରାକୁ ଯାଇଥିଲେ । ଯାତ୍ରା ସାରି ସନ୍ଧ୍ୟା ସାଢ଼େ ୭ଟା ବେଳେ ଘରକୁ ପହଁଚିଥିଲେ । ପହଁଚିବା ବେଳେ ଘର୍ ତାଲା ଭଙ୍ଗା ଯିବା ସହ ଜିନିଷ ପତ୍ର ଏଣେ ତେଣେ ପଡିଥିଲା। ଯାଞ୍ଚ ବେଳେ ଘରେ ଥିବା ସୁନା ଅଳଙ୍କାର ,ନଗଦ କିଛି ଟଙ୍କା ଓ ଲାପଟପ ଗାଏବ ରହିଛି ।କୌଣସି ଦୁର୍ବୁତ୍ତ ଘରର ତାଲାଭାଙ୍ଗି ଏହି ଚୋରି କରିନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା ।

Leave a Reply

Your email address will not be published. Required fields are marked *