ପୋଲିସ୍ ମହାନିର୍ଦ୍ଦେଶକ ଅଭୟ ପଦକ ପ୍ରଦାନ ଉତ୍ସବରେ ଯୋଗଦାନ।
କଳାହାଣ୍ଡି:୨୯/୦୮,:ପୋଲିସ ମହାନିର୍ଦ୍ଦେଶକ ଅଭୟ ପଦକ ପ୍ରଦାନ ଉତ୍ସବ ରେ ଯୋଗଦାନ। ରିଜର୍ଭ ପୋଲିସ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତଉତ୍ସବରେ କୋଭିଡ ରେ ମୃତ୍ୟୁବରଣ କରିଥିବା ପୋଲିସ କର୍ମଚାରୀ ଓ ପୋଲିସ ବାହିନୀ ରେ ଉଲ୍ଲେଖନୀୟ ଅବଦାନ ପାଇଁ କର୍ମଚାରୀ ଙ୍କୁ ସମ୍ମାନିତ କରାଯାଇଛି । ଦକ୍ଷିଣ ପଶ୍ଚିମାଚଳ ରେଞ ର ମୋଟ ୨୭ ଜଣଙ୍କୁ ସାମ୍ମାନିତ କରାଯାଇଛି। ଡ୍ୟୂଟି ରେ ଥାଇ କରୋନା ସଂକ୍ରମଣ କାରଣରୁ ମୃତ୍ୟୁବରଣ କରିଥିବା ୪ ଜଣ କର୍ମଚାରୀ ପରିବାରଙ୍କୁ ଆର୍ଥିକ ସହାୟତା ସହ ପୋଲିସ ବାହିନୀ ରେ ଉଲ୍ଲେଖନୀୟ ସେବା ଯୋଗାଇଥିବା ମୋଟ ୨୩ ଜଣଙ୍କୁ ସମ୍ମାନିତ କରାଯାଇଛି। ସେହି ଭଳି କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଶ୍ରବଣ ବିବେକ ଏମ୍ ଓ ବଲାଙ୍ଗୀର ଆରକ୍ଷୀ ଅଧିକ୍ଷକ କୁଲେଷ୍କର ନୀତିନ ଙ୍କୁ ମାଓ କାର୍ଯ୍ୟକଳାପ ଓ କରୋନାକାଳ ଆଇନ ଶୃଙ୍ଖଳା ବ୍ୟବସ୍ଥା କୁ ସଫଳତା ସହ ପରିଚାଳନା ପାଇଁ ସମ୍ମାନିତ କରାଯାଇଛି।
ରିପୋର୍ଟ- ତୁଳାମଣି ନାଗ।
