ଲୋକନାଥଙ୍କ ହୁଣ୍ଡିରୁ ମିଳିଲା ୫,୭୯,୯୩୦ ଟଙ୍କା
ଲୋକନାଥଙ୍କ ହୁଣ୍ଡିରୁ ମିଳିଲା ୫,୭୯,୯୩୦ ଟଙ୍କା।ପୁରୀ ୨୫/୪ ମହାଶିବରାତ୍ରି ପରେ ଆଜି ପ୍ରଥମ ଥର ପାଇଁ ବାବା ଲୋକନାଥ ଙ୍କ ହୁଣ୍ଡି ଖୋଲାଯାଇଥିଲା। ଉପଜିଲ୍ଲାପାଳ ଗୋପୀନାଥ କୁଅଁରଙ୍କ ପରାମର୍ଶ କ୍ରମେ ଆଜି ମାଜିଷ୍ଟ୍ରେଟ ଓ ପୋଲିସ ଙ୍କ ଉପସ୍ଥିତ ରେ ହୁଣ୍ଡି ଖୋଲାଯାଇଥିଲା। ହୁଣ୍ଡି ଖୋଲି ଗଣା ପରେ ସେଥିରୁ ମିଳିଛି ୫,୭୯,୯୩୦ ଟଙ୍କା।ଏଥି ମଧ୍ୟରେ ୫୧ ହଜାର ଟଙ୍କା ର କଏନ ସାମିଲ ଅଛି।ମାଜିଷ୍ଟ୍ରେଟ ଓ ପୋଲିସ ଙ୍କ ଉପସ୍ଥିତି ରେ ସୁରୁଖୁରୁରେ ହୁଣ୍ଡି ଅର୍ଥ କୁ ଗଣା ଯାଇଥିଲା।ବିଗତ ବର୍ଷ ପରି ଏହି ଅର୍ଥ ବ୍ୟାଙ୍କ ରେ ଗଛିତ ରହିବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଥିଲେ।
