ଧର୍ମଶାଳା ୧୩ ନମ୍ବର ଜୋନ ଠାରେ ବିଜୁ ଜନତା ଦଳ ତରଫରୁ ଏକ ବିଶାଳ କର୍ମୀ ସମାବେଶ ଅନୁଷ୍ଠିତ
ଧର୍ମଶାଳା ୧୩ ନମ୍ବର ଜୋନ ଠାରେ ବିଜୁ ଜନତା ଦଳ ତରଫରୁ ଏକ ବିଶାଳ କର୍ମୀ ସମାବେଶ ଅନୁଷ୍ଠିତ ହୋଇ ଯାଇଅଛି। ଏହି ସଭାରେ ଯାଜପୁରର ସାଂସଦ ପ୍ରାଥିନୀ ଶର୍ମିଷ୍ଠା ଏଵଂ ଧର୍ମଶାଳା ର ବିଧାୟକ ପ୍ରାଥି ପ୍ରଣବ କୁମାର ବଳବନ୍ତ ରାୟ ଯୋଗ ଦେଇଥିଲେ। ସାଂସଦ ତାଙ୍କ ବକ୍ତବ୍ୟରେ ପ୍ରଥମେ ଆଜି ଧର୍ମଶାଳା ରୁ ନିର୍ବାଚନ ପ୍ରଚାର ଆରମ୍ଭ ହେଲା ବୋଲି କହିବା ସହିତ ଗତ କାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ନାରା ଦେଇ ଆପଣ ମାନଙ୍କ ଠାରୁ ଆର୍ଶିବାଦ ମାଗିଛନ୍ତି ସେହି ଯୋଡ଼ି ସଂଖରେ ଆପଣମାନେ ଆର୍ଶିବାଦ କରିବେ ବୋଲି ପ୍ରକାଶ କରିଥିଲେ।

ଧର୍ମଶାଳା ର ବିଧାୟକ ତାଙ୍କ ବକ୍ତବ୍ୟରେ ବିଗତ ୨୪ ବର୍ଷ ଧରି ଧର୍ମଶାଳା ବାସି ବିଜୁ ଜନତା ଦଳ ସହ ସବୁବେଳେ ରହିଆସିଛନ୍ତି ବୋଲି କହିଥିଲେ ଏବଂ ତାଙ୍କୁ ୨ ବର୍ଷ ଧର୍ମଶାଳା ର ପ୍ରତିନିଧିତ୍ଵ କରିବାକୁ ସୁଯୋଗ ଦେଇଥିବାରୁ ସେ ସାରା ଜୀବନ ଧର୍ମଶାଳା ବାସି ଙ୍କ ପାଖେ ରୁଣି ବୋଲି କହିଥିଲେ ।ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଧର୍ମଶାଳା କୁ ଗୁରୁତ୍ଵ ଦେଇଛନ୍ତି ଓ ସର୍ବାଧିକ କାର୍ଯ ପ୍ରଥମେ ଧର୍ମଶାଳାରେ ଆରମ୍ଭ କରନ୍ତି ।ତେଣୁ ତାହାର ପ୍ରତି ବଦଳରେ ଆମେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ବହୁ ପରିମାଣରେ ଭୋଟ ମାଧ୍ୟମରେ ଆର୍ଶୀବାଦ ପ୍ରଦାନ କରିବା ତାହା କର୍ମୀ ମାନଙ୍କୁ ଆହ୍ବାନ କରିଥିଲେ। ଏବଂ ଆଗାମୀ ନିର୍ବାଚନରେ କିଭଳି ୬ଷ୍ଟ ଥର ମୁଖ୍ୟମନ୍ତ୍ରୀ ଙ୍କୁ ଧର୍ମଶାଳା ରୁ ସର୍ବାଧିକ ବ୍ୟବଧାନରେ ସହଯୋଗ କରିବା ତାହା ଉପରେ ଆଲୋଚନା କରିଥିଲେ।ଆଜି ର ସମାବେଶ ରୁ ଦେଖି ଲାଗୁଚି ଜୁନ ୪ ତାରିଖରେ ସାରା ଓଡ଼ିଶାରେ ବିଜୁ ଜନତା ଦଳ ଧର୍ମଶାଳାରେ ଏକ ନମ୍ବର ରେ ରହିବ ବୋଲି ପଂଚାୟତ ସମିତି ଅଧକ୍ଷ ପ୍ରଭାତ କୁମାର ବଳ ବନ୍ତ ରାୟ ମତ ପ୍ରକାଶ କରିଥିଲେ।ଏହି ସଭାରେ ଧର୍ମଶାଳା ବ୍ଲକ୍ ବିଜୁ ଜନତା ଦଳର ସଭା ପତି ଜଳ ଧର ମହାନ୍ତି ୧୩ନମ୍ୱର ଜୋନ ର ପୂର୍ବତନ ଜିଲ୍ଲା ପରିଷଦ ନିରଂଜନ ରାଉତ, ୧୩ନମ୍ବର ଜୋନ ର ଜିଲ୍ଲା ପରିଷଦ ଶ୍ରୁତି ରେଖା ବେହେରା ଓ ୧୦ଗୋଟି ପଂଚାୟତ ସଭାପତି ପ୍ରାୟତଃ ୧୦ହଜାରରୁ ଊର୍ଦ୍ଧ୍ଵ ବିଜୁ ଜନତା ଦଳ କର୍ମୀ ଯୋଗ ଦେଇଥିଲେ।।
