କଂଗ୍ରେସ ସାଂସଦ ପ୍ରାର୍ଥୀ ରଶ୍ମି ପଟ୍ଟନାୟକ ସମେତ ୫ ବିଧାୟକ ପ୍ରାର୍ଥୀ ଙ୍କ ନାମାଙ୍କନ ଦାଖଲ

ଗଞ୍ଜାମ – ବ୍ରହ୍ମପୁର ଲୋକସଭା ଆସନ ଏବଂ ଏହାରି ଅଧୀନରେ ରହିଥିବା ସମସ୍ତ ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି। ସେହିପରି ନାମାଙ୍କନ ଦାଖଲର ୭ମ ଦିନରେ ବ୍ରହ୍ମପୁର ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ରଶ୍ମି ରଞ୍ଜନ ପଟ୍ଟନାୟକ ନିଜର ନାମାଙ୍କନ ଦାଖଲ କରିଛନ୍ତି। ଏହି ଅବସରରେ ସେ ସକାଳ ସମୟରେ ସହରର ଅଧିଷ୍ଠାତ୍ରୀ ଦେବୀ ମା ବୁଢୀ ଠାକୁରାଣୀ ଓ ମା କୁଠାରୀଙ୍କୁ ଦର୍ଶନ କରି ଆଶୀର୍ବାଦ କାମନା କରିଥିଲେ। ଏହା ସହ ନିଜ ସ୍ବର୍ଗତ ପିତାମାତା ଙ୍କୁ ପୂଜା କରିବା ସହ ସେମାନଙ୍କ ଆଶୀର୍ବାଦ କାମନା କରିଥିଲେ। ଏହାପରେ ସେ ଛତ୍ରପୁର ଯାଇ ନିଜର ନାମାଙ୍କନ ପତ୍ର ରିଟର୍ଣିଂ ଅଫିସରଙ୍କ ନିକଟରେ ଦାଖଲ କରିଥିଲେ।

ପରବର୍ତ୍ତୀ ସମୟରେ ସେ ବ୍ରହ୍ମପୁର ସ୍ଥିତ କଂଗ୍ରେସ ଜିଲ୍ଲା କାର୍ଯ୍ୟାଳୟରେ ପହଞ୍ଚି ନିଜ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ବାହାରି ଥିଲେ। ସେ ସେଠାରୁ ଗାନ୍ଧୀ ନଗର, ଅନ୍ନପୂର୍ଣ୍ଣା ମାର୍କେଟ, କମାପଲ୍ଲୀ ସମେତ ସାରା ସହର ଭ୍ରମଣ କରିଥିଲେ। ଏହି ସମୟରେ ତାଙ୍କ ସହ ତାଙ୍କ ଧର୍ମପତ୍ନୀ ଅପରାଜିତା ପଟ୍ଟନାୟକ, ଦଳର ବରିଷ୍ଟ ନେତା ଏ ଆଇ ସି ସି ପକ୍ଷରୁ ଲୋକସଭା ପର୍ଯ୍ୟବେକ୍ଷକ ରାମ ପ୍ରତାପ ସିଂ, ଜିଲ୍ଲା ମହିଳା ସଭାନେତ୍ରୀ ବନଜା ପଣ୍ଡା, ଯୁବ ସଭାପତି ବିକାଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ବ୍ରହ୍ମପୁର ବିଧାନସଭା ପାଇଁ ବରିଷ୍ଟ ଆଇନଜୀବୀ ଦୀପକ ପଟ୍ଟନାୟକ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଭାବେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ। ସେ ପ୍ରଥମେ ହିଲପାଟନା ଗଣେଶ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଆଶିର୍ବାଦ ନେଇଥିଲେ। ଏହାପରେ ଜିଲ୍ଲା କାର୍ଯ୍ୟାଳୟରୁ ବାହାରି ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ଛତ୍ରପୁର ରେ ନିଜ ସମର୍ଥକଙ୍କ ସହ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏହି ସମୟରେ କଂଗ୍ରେସ ନେତା ପ୍ରମୋଦ ଜେନା, ସୂଜୟ ଆଚାର୍ଯ୍ୟ, ନଗର ସଭାପତି ଅତୁଲ୍ୟ ପାଢ଼ୀ, ପ୍ରଦୀପ ବେହେରା, ତତ୍ ସତ୍ ସୁବୁଦ୍ଧି ଙ୍କ ସମେତ ବହୁ ଦଳୀୟ ନେତା ଉପସ୍ଥିତ ଥିଲେ। ସେହିପରି ଛତ୍ରପୁର ପାଇଁ ହଜାର ହଜାର ସମର୍ଥକ ଙ୍କୁ ନେ଼ଇ ଛତ୍ରପୁର କଂଗ୍ରେସ ପାର୍ଥି ଭାଗିରଥି ବେହେରା ଙ୍କ ନାମାଙ୍କନ ପତ୍ର ଦାଖଲ କଲେ। ଛତ୍ରପୁର ପୁତି ଗୋପାଳପୁର ଠାରୁ ଏକ ବିଶାଳ ପଦଯାତ୍ରା ରେ ବାହାରି ଓପର ବସଷ୍ଟାଣ୍ଡ ସ୍ଥିତ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରି ମଝି ବଜାର ଛକ ଓ ରିକାପଲ୍ଲି ଦେଇ ଉପଜିଲ୍ଲାପାଳ କାର୍ଯ୍ୟାଳୟ ରେ ପାର୍ଥୀ ପତ୍ର ଦାଖଲ କଲେ। ନାମାଙ୍କନ ଦାଖଲ ସମୟରେ ଗଞ୍ଜାମ ବ୍ଲକ ସଭାପତି ଏନ୍. ଗଣେଶ ରେଡ୍ଡୀ, ପୂର୍ବତନ ସରପଞ୍ଚ ଟି.କ୍ରିଷ୍ଣା ରେଡ୍ଡୀ, ପୂର୍ବତନ ସରପଞ୍ଚ ଡି.ରାମ ସ୍ବାମୀ ରେଡ୍ଡୀ, ପୂର୍ବତନ ସରପଞ୍ଚ ପ୍ରଭାତ ସେଠୀ,ବରିଷ୍ଟ ନେତା CH.ତ୍ରିଲୋଚୋନ ରେଡ୍ଡୀ,ଛତ୍ରପୁର ନଗର ସଭାପତି କାଳିଆ ରାଉଳ, ଗଞ୍ଜାମ ନଗର ସଭାପତି ଭୀମା ରେଡ୍ଡୀ, ନର୍ମଦା ପାତ୍ର, ଶିବ ପ୍ରସାଦ ବେହେରା,ପୂର୍ଣ୍ଣ ଚନ୍ଦ୍ର ରେଡ୍ଡୀ, ଶ୍ରୀନିବାସ ରାଓ,ମହେଶ କୁମାର ଗୌଡ଼ ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ପକ୍ଷରୁ ଶ୍ରୀଧର ଦେବ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଚିକିଟି ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବାଚସ୍ପତି ତଥା ବରିଷ୍ଟ ନେତା ଚିନ୍ତାମଣି ଦ୍ୟାନ ସାମନ୍ତରାୟ ଙ୍କ ପୁଅ ରବୀନ୍ଦ୍ର ଦ୍ୟାନ ସାମନ୍ତରାୟ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି ଗୋପାଳପୁର ବିଧାନସଭା ପାଇଁ କଂଗ୍ରେସ ନେତା ଶ୍ୟାମ ସୁନ୍ଦର ସାହୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ସମୟରେ ସମସ୍ତ ପ୍ରାର୍ଥୀ ମାନେ ନିଜ ସମର୍ଥକଙ୍କୁ ନେଇ ଶୋଭାଯାତ୍ରାରେ ବ୍ରହ୍ମପୁର ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ପହଞ୍ଚି ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ। ତେବେ ପୂର୍ବରୁ ବିଭିନ୍ନ ଦଳର ପ୍ରାର୍ଥୀ ମାନେ ଅଲଗା ଅଲଗା ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ କଂଗ୍ରେସ ଗୋଟିଏ ଦିନରେ ନିଜର ଶକ୍ତି ପ୍ରଦର୍ଶନ କରିଥିବା ସାରା ସହରରେ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *