ଆଦିବାସୀ ଜମି କୁ ଚଞ୍ଚକତା କରି ଅଣ ଆଦିବାସୀ ହଡପ ଅଭିଯୋଗ

କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବ୍ଲକ ମାଲିକପଡି ପଞ୍ଚାୟତ ର ଅଜୟପଡା ଗ୍ରାମ ରେ ଆଜ କୁ 100 ବର୍ଷ ହେବ ଏକ ଆଦିବାସୀ ପରିବାର ଘର କରି ରହି ଆସୁଥିବା ସମୟ ରେ ଆଜକୁ ଦୀର୍ଘ 20 ବର୍ଷ ହେବ ଏକ ଅଣ ଆଦିବାସୀ ପ୍ରଶାସନ ର ଆଖିରେ ଧୂଳି ପକାଇ ମିଛ ଆଦିବାସୀ ପ୍ରମାଣ ପତ୍ର ସଂଗ୍ରହ କରି ନ୍ୟାୟାଳୟ ର ଆଶ୍ରୟ ନେଇ ଆଦିବାସୀ ଜମି କୁ ଛଡ଼ାଇ ନେବାରେ ସଫଳ ହୋଇ ପାରିଛି।

ସୂଚନା ଥାଉ କି 275 ନମ୍ବର ପ୍ଲଟ ଯମ ପ୍ରଧାନ ଙ୍କ ନାମ ରେ ଥିବା ସମୟ ରେ ସେହି ବ୍ୟକ୍ତି ଖାନାପୁରି ହେବାର 20 ବର୍ଷ ପୂର୍ବ ରୁ ଅର୍ଥାତ 1965 ମସିହା ରେ ପ୍ଲଟ ନମ୍ବର 276,277,289 କୁ ଗୋପସିଂ ପ୍ରଧାନ ଙ୍କ ଠାରୁ 200 ଟଙ୍କା ରେ କ୍ରୟ କରିଥିଲେ ଯାହାକି କାଗଜ ପତ୍ର ବର୍ତମାନ ସୁଦ୍ଧା ତାଙ୍କ ପାଖେ ରହିଅଛି।କିନ୍ତୁ ବର୍ତମାନ ଗୋପ ସିଂ ପ୍ରଧାନ ଙ୍କ ଝିଅ ଚନ୍ଦ୍ରାମତି ପ୍ରଧାନ ଘୁ. ଉଦୟଗିରି ନୂଆସାହି ଗ୍ରାମ ନିବାଶୀ ସ୍ବର୍ଗତ ସା୍ମସାନ ନାୟକ ଜାତି ପାଣ ଧର୍ମ ଖ୍ରୀଷ୍ଟିଆନ ଙ୍କୁ ବିବାହ କରିଥିଲେ ତାଙ୍କ ଔରଶ ରୁ ସଂଯୁକ୍ତା ନାୟକ ଓରଫ ସଂଯୁକ୍ତା ପ୍ରଧାନ ଜନ୍ମ ହୋଇଥିଲେ।ସଂଯୁକ୍ତା ନାୟକ ଚଞ୍ଚକତା କରି ସଂଯୁକ୍ତା ପ୍ରଧାନ ପିତା ସୂର୍ଯ୍ୟ ପ୍ରଧାନ ବୋଲି ମିଥ୍ୟା ପରିଚୟ ଦେଇ ଜାତି ଆଦିବାସୀ କନ୍ଧ ଧର୍ମ ହିନ୍ଦୁ ବୋଲି ଜାତି ପ୍ରମାଣ ପତ୍ର ହାସଲ କରି ଏହି ଜାତିଗତ ପ୍ରମାଣ ପତ୍ର ବଳ ରେ ମାନ୍ୟବର ଅଦାଲତ କୁ ଭ୍ରମିତ କରି ଜମି କୁ ହାତେଇବାରେ ସଫଳ ହୋଇ ପାରିଛନ୍ତି। ବର୍ତମାନ ଘୁ. ଉଦୟଗିରି ତହସିଲଦାର ମିଥ୍ୟା ଜାତିଗତ ପ୍ରମାଣ ଦେଇ ଏହି ଜମି ହଡପ କାର୍ଯ୍ୟକଳାପ ର ମୁଖ୍ୟ ଆସାମୀ କାରଣ ଯେତେବେଳେ ଆଦିବାଶୀ ମାନଙ୍କ ର ପ୍ରତିବାଦ ସ୍ୱର ଉତ୍ତୋଳନ ହେବା ଦ୍ୱାରା ପୁଣି ଥରେ ନିଜେ ଦେଇଥିବା ଜାଲ ଜାତିଗତ ପ୍ରମାଣ ପତ୍ର କୁ ଖାରଜ କରିଛନ୍ତି।

Leave a Reply

Your email address will not be published. Required fields are marked *