ଭାଟିପଡ଼ା ସ୍କୁଲ ପଡିଆରେ କିଛି ଅସାମାଜିକ ଲୋକଙ୍କ ଏକତ୍ରିତ ହୋଇଛନ୍ତି
ଗତ ୨୫ ତାରିଖ ରାତିରେ ଟିଟିଲାଗଡ଼ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ସବ ଇନ୍ସପେକ୍ଟର ଯାନୀବାବୁ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ ଯେ, ଭାଟିପଡ଼ା ସ୍କୁଲ ପଡିଆରେ କିଛି ଅସାମାଜିକ ଲୋକଙ୍କ ଏକତ୍ରିତ ହୋଇଛନ୍ତି l ଖବର ପାଇ ଉକ୍ତ ସ୍ଥାନକୁ ଅତର୍କିତ ଭାବରେ ପହଞ୍ଚିଥିଲା ପରେ ୪ ଜଣଙ୍କୁ ଗିରଫ କରିବାରେ ସଫଳତା ହାସଲ କରିଥିଲେ l ସେମାନଙ୍କ ମଧ୍ୟରୁ ବେଳ ପଦରର ୪୨ ବର୍ଷୀୟ ନାଥ ସେଲମା, ୩୨ ବର୍ଷୀୟ ସୁଦାମ ନାଗ, ଟିଟିଲାଗଡ଼ର ୩୮ ବର୍ଷୀୟ ବେଦବ୍ୟାସ ତାଣ୍ଡି, ୨୮ ବର୍ଷୀୟ ଶ୍ରୀକାନ୍ତ ମିଶ୍ର ଥିଲେ l

ଏହା ସହିତ ତାଙ୍କ ଠାରୁ ଜବତ ହୋଇଥିବା ସାମଗ୍ରୀଗୁଡିକ ହେଲା ଦୁଇଟି ଗ୍ଲୋବ, ଲୋହା ଭୁଜାଲି, ହାତୁଡି, ଷ୍କୁ୍ ଡ଼୍ରାଇଭର, ଦୁଇ ପାକିଟ ବିଡ଼ି, ଲାଇଟର, ଲୋହା କାଟିବା ବ୍ଲେଡ, ଲଙ୍କା ଗୁଣ୍ଡ, ଟର୍ଚ୍ଚ ଲାଇଟ, ତିନୋଟି ଲୋହା ଛଡ଼, ୧୧ ଗୋଟି ମୋବାଇଲ ସହିତ ବିନା ନମ୍ବର ପ୍ଲେଟର ସୁଜୁକି ଗିସାର ମଟର ସାଇକେଲ lଟିଟିଲାଗଡ଼ ପୋଲିସ ଦ୍ୱାରା ଅଧିକ ପଚରା ଉଚୁରା କରିବା ପରେ ଜଣାପଡିଲା ଯେ ସେହି ଚାରି ଜଣ କୌଣସି ସ୍ଥାନକୁ ଡକାୟତ କରିବାର ଯୋଜନା କରୁଥିଲେ l ତେଣୁକରି ଟିଟିଲାଗଡ଼ ପୋଲିସ ଧାରା ୩୯୯/୪୦୨ ଅନୁଯାୟୀ ୧୭୩ ନମ୍ବର କେସ ରୁଜ୍ଜୁ କରି ଚାରିଜଣଙ୍କୁ କୋର୍ଟ ଚାଲାଣ କରିଛନ୍ତି l
