କଥାଦେଇ କଥା ରଖିଲେ ମାଇଛେଳି ଗ୍ରାମପଞ୍ଚାୟତ ସରପଞ୍ଚ।
ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ମାଇଛେଳି ଗ୍ରାମପଞ୍ଚାୟତ ଭୁଇଁ ରଗଡ଼ି ଗ୍ରାମବାସୀ ଙ୍କ ଦିଘ୍ର ୭ ବର୍ଷର ପାନୀୟ ଜଳ ର ସମସ୍ୟା ଦୁର କଲେ ସରପଞ୍ଚ ସ୍ୱାଗତିକା ପ୍ରୀୟଦର୍ଶନୀ ପ୍ରଧାନ | ଖବର ଅନୁଯାୟୀ ରାଜ୍ୟ ରେ ଗିଷ୍ମ ପ୍ରଭାବ ବଢୁଥିବା ବେଳେ ପାନୀୟ ଜଳ ପାଇଁ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି | କିନ୍ତୁ ନୂଆଗାଁ ବ୍ଲକ ଅନ୍ତର୍ଗତ ମାଇଁ ଛେଳି ପଞ୍ଚାୟତର ଭୁଇଁ ରଗଡ଼ି ଗ୍ରାମବାସୀଙ୍କ ଲୋକସଂଖ୍ୟା ୧୫୦ ରୁ ଉର୍ଦ୍ଧ୍ବ ହେବ |

ଲୋକେ ଦିର୍ଘ ବର୍ଷ ହେବ ପାନିୟଜଳ ବ୍ୟବସ୍ଥା ରୁ ଅବହେଳିତ ହୋଇ ଚୁଆ ପୋଖରି ରୁ ପାଣି ଆଣୀ ବ୍ୟବାହାର କରୁଥିଲେ | ମାତ୍ର ଗତ ପଞ୍ଚାୟତ ନିର୍ବାଚନ ରେ କଥା ଦେଇଥିଲେ ସରପଞ୍ଚ ସ୍ୱାଗତିକା ପ୍ରିୟଦର୍ଶିନୀ ପ୍ରଧାନ ପାନିୟଜଳ ବ୍ୟବସ୍ଥା କରିବା ପାଇଁ। ଆଜି ପୁରଣ କଲେ ସେ କଥାକୁ। ଭୂଇଁ ରଗଡ଼ି ଗ୍ରାମରେ ଏକ ସୋଲାର ପ୍ରକଳ୍ପ ଲଗାଇ ଗ୍ରାମବାସୀ ଙ୍କ ପାନୀୟ ଜଳ ସମସ୍ୟା ଦୂର କରିଛନ୍ତି। ଏ ବିଷୟରେ ଗ୍ରାମବାସୀ ଙ୍କ ନାହିଁଁ ନଥିବା ଖୁସି ଦେଖିବାକୁ ମିଳିଛି ସରପଞ୍ଚ କଥାଦେଇ କଥା ରଖିଥିଲେ ବୋଲି।
