କୋଣାର୍କ ସିଭିଲ କୋର୍ଟ କମ୍ପ୍ଲେକ୍ସ ଉଦଘାଟିତ

କୋଣାର୍କ ମାଧିପୁର ନିକଟରେ ନବ ନିର୍ମିତ କୋଣାର୍କ ସିଭିଲ କୋର୍ଟ କମ୍ପ୍ଲେକ୍ସ ବା ଅଦାଲତ ଶନିବାର ଅପରାହ୍ନରେ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି।

କୋଣାର୍କ କଳା ସ୍ଥାପତ୍ୟ ପାଇଁ ବିଶ୍ବ ପ୍ରସିଦ୍ଧ। ଆଜି ଆପଣଙ୍କ ନିକଟରେ ଉପସ୍ଥିତ ରହି କୋଣାର୍କ ସିଭିଲ କୋର୍ଟ ନୂତନ ଗୂହ ଶୁଭ ଉଦଘାଟନ କରି ଖୁସି ଅନୁଭବ କରୁଛି ବୋଲି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ କହିଥିଲେ। ଓଡ଼ିଶା ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତିଙ୍କ ସହିତ ହାଇକୋର୍ଟ ବିଚାରପତି ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ, ବିଚାରପତି ଜଷ୍ଟିସ ସାବିତ୍ରୀ ରଥ, ପୁରୀ ଜିଲ୍ଲା ଜଜ ଅଜନ୍ତା ଷଡଙ୍ଗୀ, ପୂର୍ବତନ ବିଚାରପତି ବିଜୟ କୁମାର ନାୟକ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *