ଗାଁ ଦାଣ୍ଡରେ ଡ୍ରେନ ପାଣି

ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଗଣ୍ଡାବାହାଳି ଗ୍ରାମର ଗାଁ ଦାଣ୍ଡରେ ଭାସୁଛି ଡ୍ରେନ ପାଣି | ଜନଗହଳିପୂର୍ଣ୍ଣ ସ୍ଥାନ ରେ ଏପରି ଅବ୍ୟସ୍ତା ଯୋଗୁ ଅଂଚଳ ରେ ଜୀବାଣୁ ସୃଷ୍ଟି ହୋଇ ଅନେକ ରୋଗରେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି ଲୋକେ | ବର୍ଷ ବର୍ଷ ଧରି ଏପରି ଡ୍ରେନ ପାଣି ରାସ୍ତାରେ ଭାସୁଛି | ବର୍ଷା ଦିନରେ ଲୋକେ ଏହି ବାଟରେ ଯାତାୟାତ ମୁସ୍କିଲ ହୋଇପଡୁଛି | ଦୁର୍ଗନ୍ଧ ରେ ଫାଟୁଛି ଆଖପାଖ ଅଂଚଳ ଏଣୁ ଲୋକେ ଏଠାରେ ବସତି ସ୍ଥାପନ କରିବା ଅସମ୍ଭବ | ସବୁଠୁ ବଡ କଥା ହେଉଛି ନିର୍ବାଚନ ସମୟରେ ସବୁ ନେତା ମନ୍ତ୍ରୀ ଏହି ଡ୍ରେନ ଦେଇ ଅଂଚଳ ରେ ପ୍ରଚାର କରନ୍ତି ହେଲେ ଏହା ତାଙ୍କ ଦୃଷ୍ଟି ଗୋଚର ହୋଇପାରୁନାହିଁ | ନେତା ମନ୍ତ୍ରୀ ତ ଦେଖିକି ଅନ୍ଧ ପ୍ରଶାସନ ତ କୋମାରେ ତେଣୁ ସରକାର ଏଥିରେ କି ପଦକ୍ଷେପ ନେବେ ତାହାହିଁ ଦେଖିବାକୁ ଅପେକ୍ଷା |

Leave a Reply

Your email address will not be published. Required fields are marked *