ଝାଡ଼ା ବାନ୍ତି ବ୍ୟାପିଥିବା ଅଞ୍ଚଳରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତ୍ଵରିତ ପଦକ୍ଷେପ
ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚାରୋ ଗୋଟି ଟିମ୍ ଗଠନ କରlଯାଇ, ପୂରୀ ପୌରାଞ୍ଚଲ୍ ୱାର୍ଡ ନମ୍ୱର୍ -୯ ର ସ୍ୱେତଗଙ୍ଗା ଲେନ୍, ବାରାହୀ ଲେନ, ଧାନକୋଠୀ ସାହି, ଭଣ୍ଡାରି ଲେନ ରେ ଥିବା ୨୫୬ ଘର କୁ ପରିଦର୍ଶନ କରାଯିବା ସହିତ ତରଳ ଝାଡ଼ା ଓ ବାନ୍ତି ରୁ ଉପଶମ ନିମନ୍ତେ ORS ପ୍ୟାକେଟ ଏବଂ ଔଷଧ ବଣ୍ଟନ କରାଯାଇଥିଲା। ତତ୍ ସହିତ ଲୋକ ମାନଙ୍କୁ halozen tablet ପ୍ରଦାନ କରା ଯାଇ ଫୁଟା ପାଣି ପିଇବା ପାଇଁ ପରାମର୍ଶ ଦିଆଯାଇଛି। ମେଡ଼ିକାଲ କଲେଜର ଟିମ୍ ଗୋଟେ ଝାଡ଼ା ବାନ୍ତି ବ୍ୟାପିଥିବା ଅଞ୍ଚଳରେ ପରିଦର୍ଶନ କରି ବିଭିନ୍ନ ବିଷୟ ଉପରେ ଗୁରୁତ୍ୱରୋପ କରିବା ସହ ରୋଗୀ ଙ୍କୁ ସଚେତନ କରାଇଥିଲ।

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ପରିଦର୍ଶନ ରେ ଯାଇ ରୋଗୀ ମାନଙ୍କ ସୁବିଧା ଅସୁବିଧା ପଚାରି ବୁଝି ଥିଲେ ଓ ବ୍ୟାପକ ଅଞ୍ଚଳ ପରଦର୍ଶନ ସହ , ଔଷଧ ବଣ୍ଟନ, ଫୁଟା ପାଣି ପିଇବା ପାଇଁ ପରାମର୍ଶ ଦେଇଥିଲେ। ଏହାସହ ଆଜି ଠାରୁ ଏକ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ଖୋଲା ଯାଇ ରୋଗୀ ଙ୍କୁ ସେବା ପ୍ରଦାନ କରାଯାଉ ଅଛି।
