ବେଳାଭୂମି ସାହିତ୍ୟ ସଂସଦ ବାର୍ଷିକ ଉତ୍ସବ
* ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଜାହାନିଆ ପିର ପୀଠ ବେଳାଭୂମିରେ ନିକଟରେ ଥିବା କଲ୍ୟାଣ ମଣ୍ଡପ ଠାରେ ବେଳାଭୂମି ସାହିତ୍ୟ ସଂସଦର ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ସଂସଦର ସଭାପତି ଶ୍ରୀ ଚିତ୍ତରଞ୍ଜନ ବିଶ୍ଵାଳଙ୍କ ସଭାପିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ଶଶଧର ପଣ୍ଡା , ବିଶିଷ୍ଟ ଅତିଥି ଭାବେ ପ୍ରସିଦ୍ଧ ବ୍ୟଙ୍ଗକବି ସମ୍ପଦ କୁମାର ରଥ, ସମ୍ମାନିତ ଅତିଥି ନିତ୍ୟାନନ୍ଦ ଶତପଥୀ, ପ୍ରଶାନ୍ତ କୁମାର ଶତପଥୀ, ମହନ୍ତ ତ୍ରିଲୋଚନ ଦାସ ପ୍ରମୁଖ ଯୋଗ ଦାନ କରି ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ବେଳାଭୂମି ସାହିତ୍ୟ ସଂସଦ କାର୍ଯ୍ୟ ପ୍ରଶଂସନୀୟ ବୋଲି ମତବ୍ୟକ୍ତ କରିଥିଲେ । ଭାଷା ହେଉଛି ଗୋଟିଏ ଜାତିର ଅସ୍ତିତ୍ବ ଏବଂ ତାର ସାହିତ୍ୟ ହେଉଛି ଅସ୍ତିତ୍ବର ପରିଚୟ । ତେଣୁ ଭାଷା ବଞ୍ଚିଲେ ଜାତି ବଞ୍ଚିବ ଓ ସାହିତ୍ୟ ଓ ସଂସ୍କତି ଚିର କାଳ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ପ୍ରାରମ୍ଭରେ କବିତା ଆସର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ କବୟିତ୍ରୀ କଳ୍ପନା ବିଶ୍ଵାଳ ଓ ଗଙ୍ଗାଧର ଓଝା ପରିଚାଳନା କରିଥିଲା ବେଳେ ସୌଦାମିନୀ ତ୍ରିପାଠୀ,ବସନ୍ତ ମଞ୍ଜରି ଦାସ,ସବିତା ପୃଷ୍ଟି, ବି. ପ୍ରସାଦ ରାଓ , ଦିପା ପ୍ରଧାନ, ହୃଦାନନ୍ଦ ସାମଲ, ଗଙ୍ଗାଧର ବେହେରା, ଆଦି ବହୁ କବି କବୟିତ୍ରୀ ତାଙ୍କର ସ୍ୱରଚିତ କବିତା ପାଠ କରିଥିଲେ । ସଂସଦର ସାଧାରଣ ସମ୍ପାଦକ ତଥା ବରିଷ୍ଟ ସାମ୍ବାଦିକ ଶ୍ରୀ ଦୁଃଶାସନ ନାୟକ, ସଂସଦର ବିବରଣୀ ପାଠ କରିବା ସହ ସଂସଦ ର ଆଗାମୀ ଦିନର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ୪୦ଜଣ କବି କବୟିତ୍ରୀ, କଳାକାର ଓ ସମାଜସେବୀ ମାନଙ୍କୁ ସଂସଦ ତରଫରୁ ମାନପତ୍ର, ପୁଷ୍ପଗୁଛ ଓ ଔପଢକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଯୋଜକ ଶ୍ରୀ ଶୋଭାକର ବେହେରା ମଞ୍ଚ ପରିଚାଳନା କରିଥିଲା ବେଳେ କବୟିତ୍ରୀ ସବିତା ପୃଷ୍ଟି ଧନ୍ୟବାଦ୍ ଅର୍ପଣ କରିଥିଲେ ।
