ପ୍ରବଳ ଖରା ଯୋଗୁ ପରିକ୍ଷା ଘୁଞ୍ଚାଇବା ପାଇଁ ଆନ୍ଦୋଳନ

– ପ୍ରଚଣ୍ଡ ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବାବେଳେ ସରାଙ୍ଗ ଆଜିଆଇଟି ତୃତିୟ ବର୍ଷର ଛାତ୍ରଛାତ୍ରି ମାନେ କଲେଜ ସମୁଖରେ ପରିକ୍ଷା ଘୁଞ୍ଚାଇବା ସହ କଲେଜ ବନ୍ଦ ରଖିବାକୁ ଆନ୍ଦୋଳନ କରୁଛନ୍ତି।ଆସନ୍ତା ଏପ୍ରିଲ ୩୦ରୁ ମେ ମାସ ୧୮ ଯାଏଁ ହେବ ୨ୟ ବର୍ଷର ଚତୁର୍ଥ ସେମିଷ୍ଟାର ପରୀକ୍ଷା I ତେବେ ଅସହ୍ୟ ଖରାରେ ସାରା ରାଜ୍ୟ ଆଉତୁ ପାଉଟୁ ହେଉଥିବାବେଳେ କିପରି ପରୀକ୍ଷା ଦେବେ ପରୀକ୍ଷାର୍ଥୀ।ପ୍ରବଳ ଖରା ହେଉଥିବାରୁ ହଷ୍ଟେଲରେ ରହି ହେଉନି କିମ୍ବା ଦୂରରୁ ଆସି ପରୀକ୍ଷା ଦେବା ସମ୍ଭବପର ନୁହଁ ବୋଲି ଦାବି ନେଇ ଆନ୍ଦୋଳନ କରିଛନ୍ତି ଛାତ୍ରଛାତ୍ରି I ତେଣୁ ୨ୟ ବର୍ଷର ୪ର୍ଥ ସେମିଷ୍ଟାରକୁ କିଛିଦିନ ପାଇଁ ଘୁଞ୍ଚାଇବାକୁ ଦାବି କରିଛନ୍ତି ।ତେବେ ଏ ନେଇ କଲେଜ କର୍ତ୍ତୁପକ୍ଷ ଆନ୍ଦୋଳନରତ ଛାତ୍ରଛାତ୍ରିଙ୍କ ସହ ଆଲୋଚନା କରିନାହାଁନ୍ତି।

Leave a Reply

Your email address will not be published. Required fields are marked *