ଚାନ୍ଦିଲି ଥାନା ପୋଲିସ ପକ୍ଷରୁ ନଅଟି ଚୋରା ମଟର ସାଇକେଲ ଉଦ୍ଧାର
ରାୟଗଡ଼ା ତା ୨୮-୦୪-୨୪ରାୟଗଡା ଜିଲ୍ଲାର ଚାନ୍ଦିଲି ଥାନ ଅନ୍ତର୍ଗତ ପେଣ୍ଟା ଗ୍ରାମର ଶ୍ରୀ ବି ଲବ ଜେକେପୁରସ୍ଥିତ ଇଣ୍ଡିଆନଓଭରସିଜ ବ୍ୟାଙ୍କକୁ ୨୩ତାରିଖରେ କୌଣସି କାର୍ଯ୍ୟରେ ଯାଇଥିବାବେଳେ ତାଙ୍କ ମୋଟରସାଇକେଲଟିକୁ ବାହାରେ ରଖିଥିଲେ ,ମାତ୍ର ସେ କାର୍ଯ୍ୟ ସାରିଫେରିବା ବେଳକୁ ଦେଖିଲେ ତାଙ୍କର ବାଇକିଟି ସେଠାରେ ନାହିଁ । ସେ ସଙ୍ଗେସଙ୍ଗେ ଚାନ୍ଦିଲି ଥାନାର ଦ୍ୱାରସ୍ଥ ହୋଇ ବାଇକ୍ ଚୋରି ହୋଇଥିବା ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ଚାନ୍ଦିଲି ଥାନା ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିଲା । କଲ୍ୟାଣସିଂପୁର ଥାନାର ବାଡି ଗ୍ରାମର ରବିନ୍ଦ୍ର କୌଶଲ୍ୟା ଓ କଳାହାଣ୍ଡି ଜିଲ୍ଲାର ବିଜିପୁର ଥାନା ଅନ୍ତର୍ଗତ ବଙ୍କା କୁନ୍ଦୁର ଗ୍ରାମର ସଦାନନ୍ଦ ସାହୁଙ୍କୁ ଆଇପିସିଧାର|୩୭୯/୪୧୧/୩୪ ଅନୁଯାୟୀ ପୋଲିସ ଗିରଫ କରିଛି । ଚାନ୍ଦିଲି ଥାନା ଓ କଲ୍ୟାଣସିଂପୁର ଥାନାର ମିଳିତ ଚଢାଉରେ ଅଭିଯୁକ୍ତମାନଙ୍କ ଠାରୁ ୪ଟି ହିରୋ ଡିଲକ୍ସ,୩ଟି ଗ୍ଲାମର,୧ଟି ହୋଣ୍ଡା ଲିଭା ଓ ୧ଟି ସ୍ପ୍ଲେଣ୍ଡର ମୋଟର ସାଇକେଲ ଜବତ କରାଯାଇଥିବା ବେଳେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଚାନ୍ଦିଲି ଥାନା ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ବେହେରା ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି । ଚାନ୍ଦିଲି ପୋଲିସ ପାଇଁ ଏହା ଏକ ବଡ଼ ସଫଳତା ବୋଲି ଚର୍ଚ୍ଚା ହେଉଛି ।
