କୁଖ୍ୟାତ ଅପରାଧୀ ସୁବାଷ ଖୁଣ୍ଟିଆକୁ ଏନକାଉଣ୍ଟର
-। କାମାକ୍ଷାନଗର୨୯.୦୪.୨୦୨୪ଆଙ୍କର- ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର କୁଖ୍ୟାତ ଅପରାଧୀ ସୁବାଷ ଖୁଣ୍ଟିଆକୁ ପୋଲିସର ଏନକାଉଣ୍ଟର।ଢେଙ୍କାନାଳ କାମାକ୍ଷାନଗର ଖୁଣ୍ଟାପଶି ଗାଁ ନିକଟସ୍ଥ ଜଙ୍ଗଲରେ ଆଜି ଭୋର ସମୟରେ ହୋଇଛି ଏନକାଉଣ୍ଟର। ଏନ କାଉଣ୍ଟରରେ ଆହତ ହୋଇଛି କୁଖ୍ୟାତ ଅପରାଧୀ ସୁବାଷ ଖୁଣ୍ଟିଆ।ସୁବାଷର ଡାହାଣ ଗୋଡ ଆଣ୍ଠୁ ତଳକୁ ବାଜିଛି ଗୁଳି।ସୁବାଷ ନାଁରେ ପୂର୍ବରୁ ୧୮ଟିରୁ ଅଧିକ ଅପରାଧୀକ ମାମଲା ରହିଥିବା ପୋଲିସ ସୂତ୍ରରୁ ପ୍ରକାଶ।

ସେଥିରୁ ଦୁଇଟି ହତ୍ୟା ମାମଲା ସହ କିଛି ଚୋରି ଡକାୟତି ରାହାଜାନୀ ଭଳି ଅନ୍ୟ ମାମଲା ରହିଛି। କାମାକ୍ଷାନଗର ଅଞ୍ଚଳରେ କିଙ୍ଗ ଅଫ ଫରେଷ୍ଟ ନାଁରେ ଏକ ଟିମ ଗଢିଥିଲା ସୁବାଷ ଓ ତାର କିଛି ସହଯୋଗୀ।ଭୋର ସମୟରେ ଖୁଣ୍ଟାପଶି ଜଙ୍ଗଲ ନିକଟରେ ସୁବାଷକୁ ଧରିବାକୁ ଯିବାବେଳେ ପୋଲିସ ଉପରକୁ ବୋମି ଫିଙ୍ଗିବା ସହ ପାଲଟା ଗୁଳି ଚଳାଇଥିଲା କୁଖ୍ୟାତ ଅପରାଧୀ। ତାର ପ୍ରତିବଦଳରେ ପୋଲିସ ତାକୁ ଏନକାଉଣ୍ଟର କରିଥିଲା। ତା ଠାରୁ ଏକ ବନ୍ଧୁକ ଜବତ କରିଛି କାମାକ୍ଷାନଗର ପୋଲିସ। ଏଥିସହିତ ଗୁରୁତର ଆହତ ସୁବାଷକୁ ପ୍ରଥମେ କାମାକ୍ଷାନଗର ମେଡିକାଲ ଏବଂ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଯାହାକୁ ନେଇ ଘଟଣା ସ୍ଥଳରେ ଜିଲ୍ଲା ସାଇଣ୍ଟିଫିକ ଟିମ ପହଞ୍ଚି ତନାଘନା ଆରମ୍ଭ କରି ଦେଇଛି। ଘଟଣାସ୍ଥଳରେ ତିନି ରାଉଣ୍ଡ ଖୋକା ପଡିଥିବାବେଳେ ଗୋଟିଏ ପିସ୍ତଲ ଓ ଗୋଟିଏ ତେଲେଙ୍ଗା କାତି ପଡିଛି। ଏବଂ ମଦ ବୋତଲ ଓ ଗାମୁଛା ମଧ୍ୟ ପଡିଛି। ଏ ସବୁକୁ ଜବତକରି ପୋଲିସ ଅଧିକ ତଦନ୍ତ ଯାରି ରଖିଛି। ଏବଂ ଏହାର ସହଯୋଗି ମାନଙ୍କୁ ଖୁବଶୀଘ୍ର ଧରିବେ ବୋଲି କହିଛନ୍ତି ଅତିରିକ୍ତ ଏସ୍ପି।
