ମହୁମାଛି ଆକ୍ରମଣରେ ୨୦ ରୁ ଉର୍ଦ୍ଧ ସ୍କୁଲ ଛାତ୍ରଛାତ୍ରୀ ଆହାତ

।-ମହୁମାଛି ଆକ୍ରମଣରେ ୨୦ ରୁ ଉର୍ଦ୍ଧ ସଂସ୍କାର ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ଆହାତ ,୫ ଛାତ୍ରଛାତ୍ରୀ ଗୁରୁତର। ଆଜି ସକାଳ ବିରାଶାଳ ସ୍ଥିତ ଥିବା ସଂସ୍କାର ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ସମର ଫେସ୍ଟିଭାଲରେ ଯୋଗଦେବାପାଇଁ ୩ ଟି ସ୍କୁଲବସରେ ପ୍ରାୟ ୯୦ ଜଣ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ ଶିକ୍ଷୟତ୍ରୀ ଯାଇଥିଲେ। କାମାକ୍ଷାନଗରରେ ଥିବା ରାମିଆଳ ନଦୀର ବାଲିଗୋରଡ ସ୍ଥିତ ସାପୁଆ ଡ୍ୟାମକୁ ଯାଇଥିଲେ।

ଏବଂ ସେଠାରେ ଓହ୍ଲାଇ ଡ୍ୟାମ ନିକଟକୁ ଯାଉଥିବାବେଳେ ମହୁମାଛି ହଠାତ ଆକ୍ରମଣ କରିଦେଇଥିଲେ। ଫଳରେ ବଡ ଛାତ୍ର ଛାତ୍ରିମାନେ ଜିବନ ବିକଳରେ ବସକୁ ଫେରି ଆସିଥିଲେ। କିନ୍ତୁ କିଛି ଛୋଟ ପିଲାଙ୍କୁ ମହୁମାଛି ଆକ୍ରମଣ କରିଥିଲା। ଏବଂ ସେମାନଙ୍କୁ ଉଦ୍ଧାରକରିବାକୁ ଯାଇ କିଛି ଶିକ୍ଷକ ମଧ୍ୟ ଆହାତ ହୋଇଛନ୍ତି। ସମସ୍ତ ଗୁରୁତର କାମାକ୍ଷାନଗର ମେଡିକାଲରେ ଭର୍ତି ହୋଇ ଚିକିତ୍ସା ଯାରିରହିଛି। ଏବଂସମସ୍ତଙ୍କ ଅବସ୍ଥା ପ୍ରାୟ ସ୍ଥିର ରହିଛି।

Leave a Reply

Your email address will not be published. Required fields are marked *