ଜଗନ୍ନାଥ ଏକାଡେମି ପକ୍ଷରୁ ମାଗଣା ସମର କୋର୍ସ

।- ଶିକ୍ଷା ହେଉଛି ସମାଜର ଆଲୋକ, ଶିକ୍ଷା ଦ୍ଵାରା ଛାତ୍ରଛାତ୍ରୀ ମାନେ ସେମାନଙ୍କ ଭବିଷ୍ୟତ ଓ ଚରିତ୍ର ଗଠନ କରିଥାନ୍ତି। ତେଣୁ ଶିକ୍ଷା ଆମ ପାଇଁ ନିହାତି ଜରୁରୀ ହୋଈ ପଡିଛି। କିନ୍ତୁ ଅର୍ଥ ଅଭାବ ହେତୁ ମେଧାବୀ ଛାତ୍ରଛାତ୍ରୀ ମାନେ ପାଠପଢ଼ାରୁ ବଞ୍ଚିତ ହୁଅନ୍ତି ଅବା ଅଧାରୁ ପାଠ ଛାଡନ୍ତି। ଏହାକୁ ଦୃଷ୍ଟିରେ ରଖି କାକଟପୁର ଜଗନ୍ନାଥ ଏକାଡେମି ଓ ନିମାପଡ଼ାର ସିଦ୍ଧାର୍ଥ ଏକାଡେମୀ ମିଳିତ ସହଯୋଗରେ ଦଶମ ପରୀକ୍ଷା ଦେଇ ରେଜଲ୍ଟ ଅପେକ୍ଷା କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାଗଣାରେ ଗ୍ରୀଷ୍ମ ଅବକାଶ କାଳୀନ ଶିକ୍ଷା ପ୍ରଦାନ କରିଛନ୍ତି। ବିଶେଷକରି ଅର୍ଥାଭାବରୁ ମେଧାବୀ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ପାଇଁ ସୁଜୋଗ ପାଆନ୍ତି ନାହିଁ।

ଦଶମ ପରୀକ୍ଷା ପରେ ଯୁକ୍ତ ଦୁଇ ବିଜ୍ଞାନ ପଢିବାକୁ ପ୍ରସ୍ତୁତ ହେବା ପାଇଁ ଦେଢ଼ ମାସିଆ ସମର କୋର୍ସ୍ ମାଗଣାରେ ଶିକ୍ଷା ଦିଆଯାଇଛି। ଯାହା ଘରୋଇ କଲେଜ ଗୁଡ଼ିକ ୨୦ ରୁ ୫୦ହଜାର ଟଙ୍କା ଅଭିଭାବକ ମାନଙ୍କ ଠାରୁ ଶୋଷଣ କରିଥାଆନ୍ତି। ଏହି କୋର୍ସ୍ ଦ୍ଵାରା ଯୁକ୍ତ ଦୁଇ ବିଜ୍ଞାନରେ ପଢ଼ିବା ସହଜ ହୋଇଥାଏ। ଫିଜିକ୍ସ, କେମେଷ୍ଟ୍ରୀୁ ଓ ମ୍ୟାଥ ବିଷୟର ଭିନ୍ନ ଭିନ୍ନ ବରିଷ୍ଠ ଅଧ୍ୟାପକ ମାନଙ୍କ ଦ୍ଵାରା ଏହି ପାଠ ପଢ଼ାଯାଉଛି। ଏଥି ସହିତ ସେମାନଙ୍କ ମଧ୍ୟରେ ପରୀକ୍ଷା କରାଯାଇ ୩ଜଣ ଶ୍ରେଷ୍ଠ କୃତି ଛାତ୍ରଛାତ୍ରୀଙ୍କୁ ଅର୍ଥ ରାଶି ପୁରସ୍କାର ପ୍ରଦାନ ସହ ସମସ୍ତ ଛାତ୍ରଛାତ୍ରୀଙ୍କୁ ସମର କୋର୍ସ୍ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ସିଦ୍ଧାର୍ଥ ଏକାଡେମୀ ଅଧକ୍ଷ ଅଧ୍ୟାପକ ସୁବ୍ରତ କୁମାର ମହାନ୍ତି, ଜଗନ୍ନାଥ ଏକାଡେମି ପକ୍ଷରୁ ଜଗନ୍ନାଥ ସ୍ବାଇଁ ଏହି କାର୍ଯ୍ୟକ୍ରମକୁ ସଂଯୋଜନା ଓ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *