ଭାରସାମ୍ୟ ହରାଇ ଜନ ବସତି ରେ ଧସେଇ ପଶିଲା ଟ୍ରକ୍

*, *ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ନୂଆଗଡ ଛକ ନିକଟରେ ଗତ କାଲି ବିଳମ୍ୱିତ ରାତିରେ ଏକ ୧୬ ଚକିଆ ଟ୍ରକ୍ ଦୃତ ଗତିରେ ଜନ ବସତି ଆଡ଼କୁ ଧସେଇ ପଶିଥିଲା l ରାତ୍ରି କାଳୀନ ଦୁର୍ଘଟଣା ଟି ଅତ୍ୟନ୍ତ ଭୟାନକ ଥିଲା ଫଳରେ ଲୋକେ ଶୋଇଥିବା ବେଳେ ସନ୍ତୋଷ ଗୁରୁ ଙ୍କ ଘର, ରାଗୁଚି ଗୁରୁ ଙ୍କ ଦୋକାନ, ଟୁନା ଗୁରୁ ଙ୍କ ମହିନ୍ଦ୍ରା XUV କାର୍ ଓ କୈବଲ୍ୟ ଗୁରୁ ଙ୍କ ଅଟୋ ଘଟଣା ସ୍ଥଳରେ ଭାଙ୍ଗିରୁଯି ଯାଇଥିଲା l ଏହି ଦୁର୍ଘଟଣା ରେ ସନ୍ତୋଷ ଗୁରୁ ଙ୍କ ପରିବାର ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚି ଆହତ ହୋଇଛନ୍ତି – ଗୁରୁ ଘଟଣା ସ୍ଥଳରେ କୋରାଇ ପୋଲିସ୍‌ଓ NHAI କର୍ତ୍ତୃପକ୍ଷ ପହିଁଞ୍ଚି ଦୁର୍ଘଟଣା ଗ୍ରସ୍ତ OD09-AA-5177 ଟ୍ରକ୍ କୁ ଜବତ କରିବା ସହ, OD02-CJ-5096 ମହିନ୍ଦ୍ରା XUV 300, OD34-B-8988 ଅଟୋ ଓ ଭାଙ୍ଗି ଯାଇଥିବା ଦୋକାନ ର ଅବସ୍ଥା କୁ ଯାଞ୍ଚ କରିଛି I ତେବେ କେନ୍ଦୁଝର, କଟକ, ଭଦ୍ରକ୍, ଢେଙ୍କାନାଳ କୁ ସଂଯୋଗ କରୁଥିବା ଏହି ନୂଆଗଡ ଗୋଲେଇ ଛକ ର ୨୦ ନମ୍ୱର ଜାତୀୟ ରାଜପଥ କଡ଼ରେ ପ୍ରତେକ ଦିନ ଛୋଟ ବଡ଼ ଦୁର୍ଘଟଣା ଘଟିବା ଏବଂ ଏହି ରାସ୍ତା କଡରେ ଅନେକ ଗୁଡ଼ିଏ ଘର ରହିଥିବାରୁ ପ୍ରତେକ ଦିନ ଲୋକ ମାନେ ଏଠାରେ ନିଜ ଜୀବନ କୁ ପାଣି ଛଡାଇ ବଞ୍ଚୁଛନ୍ତି I ତେଣୁ NHAI କର୍ତ୍ତୃପକ୍ଷ ଏଠାରେ ବାରିଗେଟ ଓ ସାଇନ୍ ବୋର୍ଡ ସହ ଗାଡ଼ି ଗୁଡ଼ିକର ଗତିସୀମା କୁ ନିୟନ୍ତ୍ରଣ କରିବା ର ବ୍ୟବସ୍ଥା କଲେ ଲୋକ ମାନେ ଶାନ୍ତି ରେ ଜୀବନ ଯାପନ କରି ପରନ୍ତେ ବୋଲି ଗ୍ରାମ ବାସି ଦାବି କରିଛନ୍ତି

Leave a Reply

Your email address will not be published. Required fields are marked *