ବ୍ରହ୍ମଗିରି ବିଜେଡି ର ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ

ବ୍ରହ୍ମଗିରି ବିଜେଡି ର ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ | ଆଜି ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ତରଫରୁ ୨୯ ନଂ ଯୋନର ଚାରଟି ପଞ୍ଚାୟତ ସ୍ତରୀୟ କର୍ମି ସମ୍ମିଳନୀ ରେବଣା ନୁଆଗାଁ ଗ୍ରାମ ପିଚାୟତର ହାଇସ୍କୁଲ ସାମ୍ନାରେ ଥିବା ଏକ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଆମ୍ବପଡା, କଡ଼ାଜିତି, ରେବଣା ନୂଆଗାଁ, ପଲଙ୍କ, ଗ୍ରାମ ପାୟତର ରୁ ହଜାର ହଜାର ବିଜେଡି କର୍ମୀ ଯୋଗଡେଥିଲେ । ପ୍ରଥମେ ପୁରୀ ସାତପଡ଼ା ଜାତୀୟ ରାଜପଥ ହଳଦିଆ ଛକ ଠାରୁ ଶହ ଶହ ବାଇକି ମାଧ୍ୟମରେ ଏକ ବିରାଟ ଶୋଭା ଯାତ୍ରାରେ ଆସି ସଭା ସ୍ଥଳରେ ପହଞ୍ଚିଥିଲେ । ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କୁ ବିଜେଡି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ପାଇଁ ପାର୍ଥି ଭାବେ ଘୋଷଣା କରାଯିବା ପରେ ବିଜେଡି କର୍ମୀ ମାନଙ୍କ ଜୋସ ବଢ଼ିବାରେ ଲାଗିଛି ।

ବିଧାୟକ ଶ୍ରୀ ସାମନ୍ତରାୟ ମୁଖ୍ୟମନ୍ତ୍ରୀ ଜନକଲ୍ୟାଣ ଯୋଜନା ଓଡ଼ିଶା କୁ ପ୍ରଗତି ସିର୍ସରେ ପହଚେଇବା ପାଇଁ ବିଜୁ ଜନତା ଦଳ ର ସାଧାରଣ ଲୋକ ଙ୍କ ପାଇଁ କାମ କରୁଛି ।ଗାଁ ଠୁ ସହର ସବୁଆଡେ ପକ୍କା ସଡ଼କ,ବିଶୁଦ୍ଧ ପାନୀୟ ଜଳ, ଉତ୍ତମ ସ୍ୱାସ୍ଥ୍ୟସେବା , ଶିଳ୍ପ ଆଦି ପ୍ରତିଷ୍ଠା ଓ ମିଶନ ଶକ୍ତି ମାଧ୍ୟମରେ ମା’ମାନେ ଶଶକ୍ତ ହୋଇପାରିଛନ୍ତି । ସରକାରଙ୍କ ଅନେକ ଯୋଜନା ମାଧ୍ୟମରେ ଲୋକମାନେ ହାତ ପାହାନ୍ତାରେ ମୌଳିକ ସୁବିଧା ପାଇଁ ପାରୁଛନ୍ତି । ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ର ବିକାଶର ଧାରା ଆଗକୁ ନେବାକୁ ହେଲେ ଶଙ୍ଖ ଚିହ୍ନ କୁ ଜିଦେଇବା ପାଇଁ ନିବେଦନ କରିବା ସହିତ ଦଳୀୟ ସଂଗଠନକୁ ମଜବୁତ କରିବାକୁ କର୍ମୀ ମାନଙ୍କୁ ପରାମର୍ଶ ଦେବା ସହିତ ଆଗାମୀ ସାଧାରଣ ନିର୍ବାଚନରେ ଦଳକୁ ବିଜୟୀ କରିବାକୁ ଆହ୍ୱାନ ଦେଇଥିଲେ । ଏବଂ ନବୀନ ପଟ୍ଟନାୟକ ବିଭିନ୍ନ ଜନ ହିତ କର ଯୋଜନା ରୁ ଲୋକମାନ କୁ ମିଳିଥିବା ସୁଫଳ ବିଷୟରେ କର୍ମୀ ମାନଙ୍କୁ ବୁଝାଇଥିଲେ । ୨୦୨୪ରେ ପୁଣିଥରେ ନବୀନ ପଟ୍ଟନାୟକ ୬ ଷ୍ଟ ଥର ପାଇଁ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ଭାବେ ସରକାର ଗଠନ କରୁଛନ୍ତି ତେଣୁ ଏହି ସରକାରରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ସାମିଲି ହେବାକୁ ଆହ୍ୱାନ ଦେଇଛନ୍ତି |

Leave a Reply

Your email address will not be published. Required fields are marked *