ସଂକଳ୍ପ ଫାଉଣ୍ଡେସନ୍ ଟ୍ରଷ୍ଟ ର ପଞ୍ଚମ ପ୍ରତିଷ୍ଠା ଦିବସ ପାଳନ

—–ପୁରୀ ତା.29/4 ସାମାଜିକ ସଂଗଠନ ‘ସଂକଳ୍ପ ଫାଉଣ୍ଡେସନ୍ ଟ୍ରଷ୍ଟ’ ର ପଞ୍ଚମ ପ୍ରତିଷ୍ଠା ଉତ୍ସବ କେନ୍ଦ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନର ସଭାପତି ସୁଚରିତା ପାଢ଼ୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ I ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ ର ପୂର୍ବତନ କୁଳପତି ପ୍ର. ହରିହର ହୋତା, ପ୍ର. ସୁଶାନ୍ତ କୁମାର ରାଜ୍, ମହନ୍ତ ପର୍ଶୁରାମ ଦାସ,ଅଧ୍ୟାପକ ସୁକାନ୍ତ କୁମାର ମହାନ୍ତି ,ଶିକ୍ଷାବିତ୍ ରସା ସୁଷମା ସାହୁ, ବିଶ୍ଵ ହିନ୍ଦୁ ପରିଷଦ ସାଧାରଣ ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ମହାନ୍ତି ଅନୁଷ୍ଠାନ ର ଆଇନ ପରାମର୍ଶ ଦାତ୍ରୀ ସୁଦେଶା ପଣ୍ଡା ଏବଂ ସାମାଜିକ କର୍ମୀ ଶ୍ୟାମ ପ୍ରକାଶ ସେନାପତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭାରତୀୟ ସଂସ୍କୃତି ମହାନ୍,ସେବାକାର୍ଯ୍ୟରେ ଯେଉଁମାନେ ନିଜକୁ ନିୟୋଜିତ କରିଛନ୍ତି ସେମାନଙ୍କୁ କୃତଜ୍ଞତା ଜଣାଇବା ସହିତ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ I

ଏହି ଅବସରରେ ସାମାଜିକ କର୍ମୀ, ଅନୁଷ୍ଠାନ ର ଶୁଭେଚ୍ଛୁ ଓ ସାମାଜିକ ସଂଗଠନ ନୃତ୍ୟ ପ୍ରତିଭାମାନଙ୍କୁ ସମ୍ମାନିତ କରାଯାଇଥିଲା ନିବେଦିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ I ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଓଡ଼ିଶୀ ନୃତ୍ୟ,ସମ୍ବଲପୁରୀ ନୃତ୍ୟ,ଶିବତାଣ୍ଡବ ନୃତ୍ୟ,ଭଜନ ନୃତ୍ୟ ଆଦି ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା I କାର୍ଯ୍ୟକ୍ରମ ପରିଚାଳନାରେ ବାସନ୍ତୀ ସାହୁ ରାକେଶ ଦାସ ସନ୍ତୋଷ ବେହେରା ଭୁବନେଶ୍ବର ଭୂୟାଁ ହରଷ ରାଉତ୍ ପୂର୍ଣିମା ରାଣୀ ଦାସ, ପିଙ୍କି ସାହୁ ପୂର୍ଣିମା ରଥ ସୁଷମା ବେହେହା , ସ୍ମିତା ମହାନ୍ତି,ହରିହର ବେହେରା, ନମିତା ନାୟକ ଦେବଯାନୀ ଦାଶ ପ୍ରମୁଖ ସହଯୋଗ କରିଥିଲେ I

Leave a Reply

Your email address will not be published. Required fields are marked *