୧୫ତମ ଜିଲ୍ଲା ସ୍ତରୀୟ ଆଇନ୍‌ଜିବୀ ଦିବସ ପାଳନ

ବ୍ୟାସନଗର ପୌରାଞ୍ଚଳ ସହରରେ ଥିବା ହୋଟେଲ ଯଯାତି କୋଟୟାଡ଼ ଠାରେ ଆଜି ଯାଜପୁର ଜିଲ୍ଲା ଟ୍ୟାକ୍ସ ବାର ଆସୋସିଏସନ୍‌ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ତମ ଜୟନ୍ତୀ ଓ ୧୫ତମ ଜିଲ୍ଲା ସ୍ତରୀୟ ଆଇନଜିବୀ ଦିବସ ପାଳନ ହୋଇଯାଇଛି l

ଏହି ଅବସରରେ ଓକିଲ ସଂଘର ନବ ନିର୍ବାଚିତ ହୋଇଥିବା ସଭାପତି ଏବଂ ସମ୍ପାଦକ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ଟ୍ୟାକ୍ସ ବାର ଆସୋସିଏସନ୍‌ର ସଭାପତି ଶ୍ରୀ ବିବେକାନନ୍ଦ ମହାନ୍ତି ଓ ସମ୍ପାଦକ ଶ୍ରୀ ଜ୍ଞାନେନ୍ଦ୍ର କୁମାର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ବେଳେ ଆସୋସିଏସନ୍‌ ସମସ୍ତ ସଦସ୍ୟ ଓ ସଦସ୍ୟା ମାନେ ଉପସ୍ଥିତ ରହି ୧୫ତମ ଜିଲ୍ଲା ସ୍ତରୀୟ ଆଇନ୍‌ଜୀବୀ ଦିବସ ପାଳନ କରିବା ସହିତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀକୁ ପାଳନ କରିଥିଲେ l

Leave a Reply

Your email address will not be published. Required fields are marked *