ଟ୍ରକ ଅଟକାଇ ୪୦ ଗୋରୁକୁ ଉଦ୍ଧାର କଲେ ଗ୍ରାମବାସୀ
-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥର ନୂଆପାଣି ଗାଁ ନିକଟରେ ଗୋରୁ ବୋଝେଇ ଟ୍ରକକୁ ଅଟକ ରଖି ୪୦ ଗୋରୁଙ୍କୁ ଉଦ୍ଧାର କଲେ ଗ୍ରାମବାସୀ। ତେବେ ଟ୍ରକ ଛାଡି ଡ୍ରାଇଭର ସହ ଗୋ ମାଫିଆ ଫେରାର ହୋଇଯାଇଥିବା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ ଯାଜପୁର ଅଞ୍ଚଳରୁ ଏକ ଗୋରୁ ବୋଝେଇ ଟ୍ରକ ୪୦ ରୁ ଉର୍ଦ୍ଧ ଗୋରୁକୁ ନେଇ ତାଳଚେର ଅଞ୍ଚଳକୁ ଯାଉଥିବା ବେଳେ ନୁଆପାଣି ନିକଟରେ ଗ୍ରାମବାସୀ ମାନେ ଗାଡିକୁ ଅଟକାଇଥିଲେ। ଏବଂ ଟ୍ରକରେ ଥିବା ଗୋରୁ ଗୁଡିକୁ ଉଦ୍ଧାର କରିବା ସହିତ ପୋଲିସକୁ ଖବର ଦେଇଥିଲେ।ମାତ୍ର ଗୋ ମାଫିଆ ଏବଂ ଡ୍ରାଇଭର ଟ୍ରକ ଛାଡି ଚମ୍ପଟ ମାରିଥିଲେ। ତେବେ ଘଟଣା ସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ଗାଡିକୁ ଜବତ କରିବା ସହିତ ଅଧିକ ତଦନ୍ତ ଚଳାଇଛି।
