ଖରାରୁ ବଞ୍ଚାଉଛି ଜଳଛତ୍ର

ଗ୍ରୀଷ୍ମ ପ୍ରବାହ ର ଦ୍ଵିତୀୟ ପ୍ରଯ୍ୟାୟ ରେ ତାତି ର ପରିମାଣ ୪୫° ଟପିଲାଣି | ରାସ୍ତା ଘାଟ ରେ ଛାଇ ଟିକେ ପାଇଁ ଲୋକେ କଲବଲ | ଘରୁ ବାହାରିବା ଜୀବନପ୍ରତି ବିପଦ | ଲୋକେ ବାହାର କୁ ଗଲେ ପାଣି ବୋତଲ ନବାକୁ ଭୁଲୁନାହାଁନ୍ତି | ରାସ୍ତା ରେ ଯାତାୟାତ କରୁଥିବା ଲୋକଙ୍କ ପାଇଁ ଜଳଛତ୍ର ର ଆବଶ୍ୟକ ବେଶ ଗୁରୁତ୍ୱପୂର୍ଣ | ଜଳ ଦ୍ୱାରା ସେବା ଯୋଗାଇ ଦେବାକୁ କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଜାରିଙ୍ଗ ରେ ନବମ ସ୍ୱତନ୍ତ୍ର ଭାରତୀୟ ସଂରକ୍ଷିତ ବାହିନୀ ନାମରେ ଏକ ଜଳଛତ୍ର ତା 18/3/2024 ରିଖ ଦିନ ଠାରୁ ଆରମ୍ଭ ହୋଇଛି |ଏହି ଜଳଛତ୍ର ସେବା ର ଯୁବକ ମାନଙ୍କ କହିବା ଅନୁସାରେ ଏହି ରାସ୍ତାରେ ପାଣିର ସୁବିଧା ନାହିଁ ଲୋକେ ଖରାରେ ପାଣି ଟିକେ ପାଇଁ ବିକଳ ସେଥିପାଇଁ ଆମେ ଯାତାୟାତ କରୁଥିବା ଲୋକଙ୍କୁ ପାଣି ଯୋଗାଉଛୁ |ଚାରିପଟେ ବାଉଁଶ ଏବଂ ପତ୍ର ସାହାଯ୍ୟରେ ଏକ କୁଡ଼ିଆ କରି ଜଳଛତ୍ର କରିଛନ୍ତି | ଯାହାଫଳରେ ଲୋକେ ଏଠାରେ ସାମାନ୍ୟ ଛାଇ ପାଇବା ସହ ପାଣିର ସୁବିଧା ମଧ୍ୟ ପାଉଛନ୍ତି |

Leave a Reply

Your email address will not be published. Required fields are marked *