ପାଣି ସମସ୍ୟାକୁ ନେଇ ରାସ୍ତା ଅବରୋଧ

:ଜଳ ହିଁ ଜୀବନ , କିନ୍ତୁ ଯେଉଁଠି ଜଳ ନାହିଁ ସେଠାରେ ଜୀବନ କିପରି ବଞ୍ଚିବ! ବାରମ୍ବାର ପ୍ରଶାସନ, ସରପଞ୍ଚ, ନେତା, ମନ୍ତ୍ରୀ ଙ୍କୁ ଗୁହାରି କଲେ ସୁଦ୍ଧା କେହି ଶୁଣୁ ନ ଥିବା କୁହାଯାଉଛି | ବାଧ୍ୟ ହୋଇ ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି | ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଅନ୍ତର୍ଗତ ଧୋଡ୍ରା ପଂଚାୟତ ଅଧୀନରେ ଥିବା ଭୀମାଗୁଡା ଗ୍ରାମର |

ଗ୍ରାମରେ ପ୍ରତ୍ୟେକ ବର୍ଷ ପାଣିର ସମସ୍ୟା ରହିଛି କିନ୍ତୁ ଦୂର ହୋଇପାରୁନାହିଁ | ସ୍ଥାନୀୟ ସରପଞ୍ଚ ବୋରୱେଲ ତିଆରି କରିଦେବି କହି ପ୍ରତିଶୃତି ଦେବା ଛଡା କିଛି କରିପାରୁନାହାନ୍ତି | ସେପଟେ ଗ୍ରାମ୍ୟ ଜଳ ଯୋଗାଣ ସଂସ୍ଥା ର କନିଷ୍ଟ ଯନ୍ତ୍ରୀ ଓ ଏସଡ଼ିଓ ମଧ୍ୟ ପ୍ରତିଶୃତି ଦେଉଛନ୍ତି କିନ୍ତୁ କାର୍ଯ୍ୟରେ ପରିଣତ କରୁନାହାନ୍ତି!ବର୍ତମାନ ନିର୍ବାଚନ ର ବିଗୁଲ ବାଜିଲାଣି ନେତାମାନେ ଭୋଟ ମାଗିବାରେ ବ୍ୟସ୍ତ | ଆମେ ସବୁ ସୁବିଧା କରିଦେବୁ କହି ଲୋକଙ୍କୁ ଭୁଆଁ ବୁଲେଇ ଭୋଟ ଅକ୍ତିଆର କରି ଭୁଲି ଯିବେ | ହେଲେ ଗ୍ରାମବାସୀ ଅଥବା ନିରୀହ ଜନତା ସମସ୍ୟା ର ଘେର ରେ ରହି ଜୀବନ ବିତାଉଥିବା ଦେଖିବାକୁ ମିଳିଛି | ଏପଟେ ଟାଣ ଖରା ରେ ଲୋକ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି, କିନ୍ତୁ ଲୋକଙ୍କୁ ପାଣି ମିଳିପାରୁନାହିଁ!ଏଭଳି ଅନେକ ସମସ୍ୟା ରହିଛି ହେଲେ ଦୂର ହୋଇପାରୁନାହିଁ!ନା ପ୍ରଶାସନ, ନା ନେତା ମନ୍ତ୍ରୀ କେବଳ ନିରୀହ ଜନତାଙ୍କୁ ଭୁଆଁ ବୁଲେଇ ନିଜ ପକେଟ ଗରମ ଗରମ କରିବାରେ ବ୍ୟସ୍ତ!ବର୍ତମାନ ଦେଖିବାକୁ ବାକିରହିଲା ଏହି ଭୀମାଗୁଡା ଗ୍ରାମର ପାଣି ସମସ୍ୟା କେବେ ଦୂର ହେବ?

Leave a Reply

Your email address will not be published. Required fields are marked *