ଅଂଶୁଘାତରେ ଯୁବକର ମୃତ୍ୟୁ ପରିବାର ଲୋକ ଆଣିଲେ ଅଭିଯୋଗ
– ଢ଼େଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଥାନା ଅନ୍ତର୍ଗତ ସନ୍ତରାପୁର ନିକଟବର୍ତ୍ତୀ ରେଙ୍ଗାଳି କେନାଲ ହୁଡାରେ ଜଣେ ଯୁବଜର ଅଂଶୁଘାତରେ ମୃତ୍ୟୁ ହୋଇଥିବାର ପରିବାର ଲୋକେ ଅଭିଯୋଗ କରିଛନ୍ତି l ମୃତକ ଜଣକ ହେଲେ ଶାନ୍ତରାପୁର ଗ୍ରାମର ଜ୍ଞାନସ କୁମାର ଦାସ l ଜ୍ଞାନସ କାମାକ୍ଷାନଗର ରୁ କାର୍ଯ୍ୟ ସାରି ଘରକୁ ଫେରୁଥିଲେ l ଫେରିବା ସମୟରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଯୋଗୁଁ ମୁଣ୍ଡ ବୁଲାଇବାରୁ କେନାଲ ରେ କିଛି ସମୟ ଗାଡି ରଖି ବସି ପଡ଼ିଥିଲେ l ସନ୍ଧ୍ୟା ସାତଟା ପର୍ଯ୍ୟନ୍ତ ଘରକୁ ଜ୍ଞାନସ ନାଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ l

ଖୋଜିବା ବେଳେ କେତେକ ଗ୍ରାମର ଯୁବକ ଜ୍ଞାନସ ମଧ୍ୟାହ୍ନ ରେ ରେଙ୍ଗାଳି ହୁଡାରେ ବସିଥିବାର ପରିବାର ଲୋକଙ୍କୁ କହିଥିଲେ l ପରିବାର ଲୋକେ ରେଙ୍ଗାଳି କେନାଲ ପାଖକୁ ଯାଇ ଦେଖିବା ବେଳକୁ ଜ୍ଞାନସ କେନାଲ ମଧ୍ୟରେ ମୁହଁ ମାଡି ପଡି ରହିଛନ୍ତି l ତୁରନ୍ତ ଜ୍ଞାନସ ଙ୍କୁ ଉଦ୍ଧାର କରି ପ୍ରଥମେ ଜିରାଳ ଏବଂ ପରେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ l ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି l ପରିବାର ପକ୍ଷରୁ ଜ୍ଞାନସଙ୍କ ର ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବାର ଅଭିଯୋଗ କରାଯାଇଛି l ପୁଲିସ ପକ୍ଷରୁ ମୃତଦେହ ଜବତ ପରେ ବ୍ୟବଛେଦର ବ୍ୟବସ୍ଥା କରାଯାଇଛି l ତେବେ ପ୍ରଶାସନ ପକ୍ଷରୁ ଯଥାବିଧି ତଦନ୍ତ କରାଯିବ ବୋଲି ଜଣାଯାଇଛି l
